




ସମ୍ବଲପୁର, ୨୮, ଅଗଷ୍ଟ (ହି.ସ.) - ପଶ୍ଚିମାଂଚଳ ଏକତା ମଂଚ ପକ୍ଷରୁ ଆଜି ଗୋଶାଳା ନିକଟସ୍ଥ ସିଆରପିଏଫ୍ ଗ୍ରୁପ ହେଡକ୍ୱାର୍ଟର ଠାରେ ପ୍ରବଳ ଉତ୍ସାହ ଉଦ୍ଦୀପନା ମଧ୍ୟରେ ପବିତ୍ର ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମାଂଚଳ ଏକତା ମଂଚର ନାରୀଶକ୍ତି ସଦସ୍ୟା ମାନେ ରକ୍ଷାବନ୍ଧନ ପାଳନ କରିବା ସହ ଦେଶର ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ସିଆରପିଏଫ ଯବାନଙ୍କ ସହ ସୁ-ସମ୍ପର୍କକୁ ଦୀର୍ଘଜୀବୀ କରିବାକୁ ଯବାନ ଭାଇ ମାନଙ୍କ ଠାରୁ ପ୍ରତିଶ୍ରୁତି ନେଇଥିଲେ । ନାରୀଶକ୍ତିର ସଦସ୍ୟା ମାନେ ନିଜ ଘରୁ ଫୁଲ, ଚନ୍ଦନ, ରାକ୍ଷୀ ଏବଂ ମିଷ୍ଠାନ ନେଇ ସିଆରପିଏଫ୍ ଅଧିକାରୀ ଓ ଯବାନ ଭାଇ ମାନଙ୍କ ହାତରେ ରାଖୀ ବାନ୍ଧି ପବିତ୍ର ସମ୍ପର୍କକୁ ପ୍ରମାଣିତ କରିଥିଲେ । ନିଜ ଘର ପରିବାର ଠାରୁ ଦୂରରେ ରହି ଦେଶ ମାତୃକାର ସୁରକ୍ଷା ପାଇଁ ନିଜକୁ ଉତ୍ସର୍ଗୀକୃତ ଭାବେ ନିରବଚ୍ଛିନ୍ନ କର୍ତବ୍ୟ ସମ୍ପାଦନ କରିବା, ଏହା ତାଙ୍କର ନିଜ ପରିବାରର ସମ୍ପର୍କକୁ ମଧ୍ୟ ପ୍ରଭାବିତ କରିଥାଏ । ତେବେ ଏକତା ମଂଚର ସଦସ୍ୟ ସଦସ୍ୟା ମାନେ ପ୍ରତିବର୍ଷ ଭଳି ପରିବାର ମଧ୍ୟରେ ରହିଥିବା ସୁସମ୍ପର୍କକୁ ଆଜି ରକ୍ଷା ବନ୍ଧନ ଜରିଆରେ ମଜବୁତ କରିବା ପାଇଁ ପଶ୍ଚିମାଂଚଳ ନାରୀ ଶକ୍ତି ପକ୍ଷରୁ ଚେଷ୍ଟା କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ନାରୀ ଶକ୍ତି ସଂଯୋଜିକା ପଙ୍କଜିନୀ ମେହେର, ପଶ୍ଚିମାଂଚଳ ନାରୀ ଶକ୍ତିର ସମ୍ବଲପୁର ସଂଯୋଜିକା ଝୁନୁ ତ୍ରୀପାଠୀ, ପଙ୍କଜିନୀ ବୈଠାରୁ, ଅଲକା ମହାପାତ୍ର, ସଂଘମିତ୍ରା ପଣ୍ଡା, ସୁଜାତା ଗୁରୁ, ପ୍ରଜ୍ଞା ପରିମିତା ସାହୁ, ଭୂମିସୂତା ମେହେର, ସୁଜାତା ଗୁରୁ , ସଂଯୁକ୍ତା ପ୍ରଧାନ, ଜୁଲି ମହାପାତ୍ର, ସବିତା ନନ୍ଦ, ଜନନୀ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ଥିବା ବେଳେ ଡ.ସ୍ୱୟଂ ପ୍ରକାଶ ପଣ୍ଡା, ଶଙ୍କର ମେହେର, ମାନସ ରଞ୍ଜନ ବକ୍ସୀ, ଭବାନୀଶ ଭୋଇ ପ୍ରମୁଖ ଉପସ୍ଥିତ ରହିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ