ପୂଜ୍ୟପୂଜା ସେବା ସଂଗଠନ ଆନୁକୂଲ୍ୟରେ ଗଙ୍ଗାଧର ଜୟନ୍ତୀ ଓ ରକ୍ଷାବନ୍ଧନ ଉତ୍ସବ ପାଳନ
ବଲାଙ୍ଗୀର, ୨୮ ଅଗଷ୍ଟ(ହି.ସ.) – ପୂଜ୍ୟପୂଜା ସେବା ସଂଗଠନ ଆନୁକୂଲ୍ୟରେ ସ୍ଥାନୀୟ ଟିକ୍ରାପଡ଼ା ସ୍ଥିତ ଦଧିବାମନ ମନ୍ଦିର ଠାରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଓ ରକ୍ଷାବନ୍ଧନ ଉତ୍ସବ ପାଳନ ହୋଇଯାଇଛି। ସଭାପତି କେଶବ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାରେ ସତ୍ୟବନ୍ତ ବେଦବାକ
ପୂଜ୍ୟପୂଜା ସେବା ସଂଗଠନ ଆନୁକୁଲ୍ୟରେ ଗଙ୍ଗାଧର ଜୟନ୍ତି ଓ ରକ୍ଷାବନ୍ଧନ ଉତ୍ସବ ପାଳନ


ପୂଜ୍ୟପୂଜା ସେବା ସଂଗଠନ ଆନୁକୁଲ୍ୟରେ ଗଙ୍ଗାଧର ଜୟନ୍ତି ଓ ରକ୍ଷାବନ୍ଧନ ଉତ୍ସବ ପାଳନ


ବଲାଙ୍ଗୀର, ୨୮ ଅଗଷ୍ଟ(ହି.ସ.) – ପୂଜ୍ୟପୂଜା ସେବା ସଂଗଠନ ଆନୁକୂଲ୍ୟରେ ସ୍ଥାନୀୟ ଟିକ୍ରାପଡ଼ା ସ୍ଥିତ ଦଧିବାମନ ମନ୍ଦିର ଠାରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଓ ରକ୍ଷାବନ୍ଧନ ଉତ୍ସବ ପାଳନ ହୋଇଯାଇଛି। ସଭାପତି କେଶବ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାରେ ସତ୍ୟବନ୍ତ ବେଦବାକ୍ ମୁଖ୍ୟଅତିଥି ଓ ଡ. ପ୍ରେମଚାନ୍ଦ ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗଦାନ କରି କବିଙ୍କର ଜୀବନୀ, ତପସ୍ୱିନୀ କବିତା, କୃଷକ ସଂଗୀତ ତଥା ସାହିତ୍ୟ ସାଧନା ସହିତ ସମାଜ ପ୍ରତି ତାଙ୍କର ଅବଦାନ ବିଷୟରେ ଆଲୋକପାତ କରିଥିଲେ। ସଭା ଆରମ୍ଭରେ ସଂପାଦକ ସୁନାଧର ବନଛୋର ଅତିଥିଙ୍କ ପରିଚୟ ତଥା କାର୍ଯ୍ୟକ୍ରମ ଉପରେ ବିବରଣୀ ପ୍ରଦାନ କରିଥିଲେ। ସଭାରେ ଜୟରାମ ମିଶ୍ର, କପିଳ ପତି, ଡା. ଅଶୋକ କୁମାର ସେଠୀ, ସୋମନାଥ ସାହୁ, ପୂର୍ଣ୍ଣଚନ୍ଦ୍ର ତ୍ରିପାଠି, ସୁରଥ ସାହୁ ପ୍ରମୁଖ କବିଙ୍କ ସ୍ମୃତି ଚାରଣ କରିଥିଲେ ଏବଂ ଉକ୍ତ ସଭାରେ ମାଳତି ଉଦ୍ଗାତା, ନିହାରିକା ମିଶ୍ର, ତପସ୍ମିନୀ ପଶାୟତ ସମସ୍ତ ଭାଇମାନଙ୍କର ମଙ୍ଗଳ କାମନା ସକାଶେ ସମସ୍ତଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ। କାର୍ଯ୍ୟକ୍ରମ ଆୟୋଜନରେ ଚୁଡେନ୍ଦ୍ର କୁମାର ବେହେରା, ଅରୁଣ କୁମାର ଖୁଆସ, ଶାନ୍ତନୁ କୁମାର ମିଶ୍ର, ସିତାଂଶୁ ଶେଖର ନାୟକ, ବଂଶି ଭୋଇ ସହଯୋଗ କରିଥିଲେ। ଶେଷରେ ପରିଚାଳନା ସଂପଦକ ଧିରେନ୍ଦ୍ ନାରାୟଣ ସିଂଦେଓ ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande