ନୂଆପଡ଼ାରେ ଜିଲ୍ଲାସ୍ତରୀୟ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମାରୋହ
ନୂଆପଡ଼ା, ୨୮ ଅଗଷ୍ଟ (ହି.ସ.)- ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଓଡ଼ିଶା ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କରାଯାଇଛି। ଏହି ଅବସରରେ ନୂଆପଡ଼ା ସହରର ରେଲୱେ ଫାଟକ ନିକଟସ୍ଥ ବହୁମୁଖୀ ହଲ୍ଠାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର
Subhadra kisti samaroha


ନୂଆପଡ଼ା, ୨୮ ଅଗଷ୍ଟ (ହି.ସ.)- ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଓଡ଼ିଶା ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କରାଯାଇଛି। ଏହି ଅବସରରେ ନୂଆପଡ଼ା ସହରର ରେଲୱେ ଫାଟକ ନିକଟସ୍ଥ ବହୁମୁଖୀ ହଲ୍ଠାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ମୋଟ ୧,୬୭,୦୯୪ ଜଣ ହିତାଧିକାରୀଙ୍କ ଖାତାକୁ ପଞ୍ଚମ କିସ୍ତି ବାବଦରେ ପ୍ରତ୍ୟେକଙ୍କୁ ୫,୦୦୦ ଟଙ୍କା ହିସାବରେ ମୋଟ ୮୩ କୋଟି ୫୪ ଲକ୍ଷ ୭୦ ହଜାର ଟଙ୍କା ସିଧାସଳଖ ହସ୍ତାନ୍ତର କରାଯାଇଛି।

ନୟାଗଡ଼ ଜିଲ୍ଲାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନର ଶୁଭାରମ୍ଭ କରିଥିଲେ।

ଜିଲ୍ଲାପାଳ ମଧୁସୂଦନ ଦାଶ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱାରୋପ କରି ‘ସୁଭଦ୍ରା’ ଯୋଜନାରୁ ମିଳୁଥିବା ଅର୍ଥର ସୁବିନିଯୋଗ କରି ଉତ୍ପାଦନକ୍ଷମ କାର୍ଯ୍ୟରେ ବିନିଯୋଗ ମାଧ୍ୟମରେ ଆର୍ଥିକ ସ୍ୱାବଲମ୍ବନ ଦିଗରେ ଆଗେଇ ଆସିବାକୁ ମହିଳା ହିତାଧିକାରୀମାନଙ୍କୁ ଆହ୍ୱାନ ଦେଇଥିଲେ।କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଅତିରିକ୍ତ ମୁଖ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ କ୍ଷମାନିଧି ଭୋଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରେମଲତା ସେଠୀ, ନୂଆପଡ଼ା ବ୍ଲକ୍ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, କୋମନା ବ୍ଲକ୍ ଅଧ୍ୟକ୍ଷା ଅନୁସୂୟା କୁମ୍ଭାର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଦୀପିକା ଦୀପ, ଜିଲ୍ଲା ପରିଷଦ ସଦସ୍ୟ ଭାନୁପ୍ରତାପ ସିଂ ମାଝୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ଜନପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ଓ ମହିଳା ହିତାଧିକାରୀମାନେ ଉପସ୍ଥିତ ଥିଲେ।

ରାକ୍ଷୀ ପୂର୍ଣ୍ଣିମାର ପବିତ୍ର ଅବସରରେ ମହିଳା ହିତାଧିକାରୀମାନଙ୍କ ମଧ୍ୟରେ ‘ସୁଭଦ୍ରା’ର ପଞ୍ଚମ କିସ୍ତିକୁ ନେଇ ଉତ୍ସାହ ଓ ଖୁସି ପ୍ରକାଶ ପାଇଥିଲା। ମହିଳାମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ସେମାନଙ୍କୁ ସଶକ୍ତ ଓ ଆତ୍ମନିର୍ଭର କରିବା ସହ ରାଜ୍ୟର ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ‘ସୁଭଦ୍ରା’ ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଅତିଥିମାନେ ପ୍ରକାଶ କରିଥିଲେ।ଜିଲ୍ଲା ସମ୍ବଳ ସଂଯୋଜକ ଅନିଲ କୁମାର ଲେଙ୍କା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande