
ଭୁବନେଶ୍ୱର, ୨୮ ଅଗଷ୍ଟ (ହି.ସ)- ପବିତ୍ର ରକ୍ଷା ବନ୍ଧନ ଅବସରରେ ସୁଭଦ୍ରା ଯୋଜନାରେ ୫ମ କିସ୍ତି ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ନବରଙ୍ଗପୁରଠାରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ଜିଲ୍ଲାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କୁ ଧନ୍ୟବାଦ ଜଣାଇଥିଲେ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି ସ୍ୱାଭିମାନ, ସ୍ୱାବଲମ୍ବନ ଓ ସମ୍ମାନର ଯୋଜନା ହେଉଛି ସୁଭଦ୍ରା'। ମହିଳା ସଶକ୍ତିକରଣ ପାଇଁ ସୁଭଦ୍ରା ଯୋଜନା' ଏକ ଯୁଗାନ୍ତକାରୀ ପଦକ୍ଷେପ। ଆଜି ନୟାଗଡ଼ ଜିଲ୍ଲା ଲାଠିପଡ଼ା ପଡ଼ିଆରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଯୁଗାନ୍ତକାରୀ ଯୋଜନାର ୫ମ କିସ୍ତି ବାବଦକୁ ରାଜ୍ୟର ଏକ କୋଟିରୁ ଊର୍ଦ୍ଧ୍ୱ ମାଆଭଉଣୀମାନଙ୍କୁ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି। ଆମ ସରକାର ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାଙ୍କ ବିକାଶର ସ୍ୱପ୍ନକୁ ବାସ୍ତବ ରୂପ ଦେଉଛନ୍ତି। ଏହି ଯୋଜନା ଆଜି ମହିଳା ସଶକ୍ତିକରଣର ଗତିକୁ ବଳ ଯୋଗାଇବା ସହ ସେମାନଙ୍କ ମୁହଁରେ ହସ ଫୁଟାଇଛି ଏବଂ ହାତମୁଠାକୁ ଟାଣ କରିଛି। ଏହା ମାଧ୍ୟମରେ ମହିଳାମାନେ ସ୍ୱାବଲମ୍ବୀ ହେବା ସହିତ ଆର୍ôଥକ ସ୍ତରରେ ସୁଦୃଢ଼ ହୋଇପାରିବେ।
୨୦୩୬ ମସିହାରେ ବିକଶିତ ଓଡ଼ିଶା' ଗଠନର ଲକ୍ଷ୍ୟରେ ମହିଳାମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ସେମାନେ ଆତ୍ମନିର୍ଭରଶୀଳ, ସଶକ୍ତ ଓ ସମୃଦ୍ଧ ହୋଇ ରାଜ୍ୟକୁ ଆଗକୁ ନେବାରେ ସହାୟକ ହେବେ, ଯାହାର ଝଲକ ଏବେଠାରୁ ହିଁ ଦେଖିବାକୁ ମିଳୁଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା