ସମ୍ବଲପୁରରେ ସୁଭଦ୍ରା ଯୋଜନାର ପଂଚମ କିସ୍ତି ପ୍ରଦାନ : ଜିଲ୍ଲାର ୨ ଲକ୍ଷ ୪୧ ହଜାରରୁ ଊର୍ଦ୍ଧ୍ୱ ମହିଳା ହେଲେ ଉପକୃତ
ସମ୍ବଲପୁରରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ : ଜିଲ୍ଲାର ୨ ଲକ୍ଷ ୪୧ ହଜାରରୁ ଊର୍ଦ୍ଧ୍ୱ ମହିଳା ହେଲେ ଉପକୃତ
ସମ୍ବଲପୁରରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ : ଜିଲ୍ଲାର ୨ ଲକ୍ଷ ୪୧ ହଜାରରୁ ଊର୍ଦ୍ଧ୍ୱ ମହିଳା ହେଲେ ଉପକୃତ


ସମ୍ବଲପୁରରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ : ଜିଲ୍ଲାର ୨ ଲକ୍ଷ ୪୧ ହଜାରରୁ ଊର୍ଦ୍ଧ୍ୱ ମହିଳା ହେଲେ ଉପକୃତ


ସମ୍ବଲପୁରରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ : ଜିଲ୍ଲାର ୨ ଲକ୍ଷ ୪୧ ହଜାରରୁ ଊର୍ଦ୍ଧ୍ୱ ମହିଳା ହେଲେ ଉପକୃତ


ସମ୍ବଲପୁରରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ : ଜିଲ୍ଲାର ୨ ଲକ୍ଷ ୪୧ ହଜାରରୁ ଊର୍ଦ୍ଧ୍ୱ ମହିଳା ହେଲେ ଉପକୃତ


ସମ୍ବଲପୁର, ୨୮, ଅଗଷ୍ଟ (ହି.ସ.) - ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାରଙ୍କ ସୁଭଦ୍ରା' ଯୋଜନାର ପଂଚମ କିସ୍ତି ଅର୍ଥ ରାଶି ପ୍ରଦାନର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ସମ୍ବଲପୁରର ତପସ୍ୱିନୀ ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ଯୋଗ ଦେଇଥିବା ବେଳେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ସାଂସଦଙ୍କ ପ୍ରତିନିଧି ନାଉରୀ ନାୟକ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ନୟାଗଡ଼ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ରାଜ୍ୟସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମର ସିଧାପ୍ରସାରଣ ପ୍ରଦର୍ଶିତ କରାଯାଇଥିଲା । ସମ୍ବଲପୁର କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲାପାଳ ବୋନ୍ଦର ସ୍ୱାଗତ ଭାଷଣରେ ସମ୍ବଲପୁର ଜିଲ୍ଲାରେ ସୁଭଦ୍ରା ଯୋଜନାର ସଫଳ ରୂପାୟନ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ସମ୍ବଲପୁର ଜିଲ୍ଲାରେ ପଂଚମ କିସ୍ତି ପାଇଁ ମୋଟ ୨ ଲକ୍ଷ ୪୧ ହଜାର ୧ ଶହ ୧୦ ଜଣ ଯୋଗ୍ୟା ମହିଳା ହିତାଧିକାରୀ ଚୟନ ହୋଇଛନ୍ତି। ପ୍ରତ୍ୟେକଙ୍କୁ ୫ ହଜାର ଟଙ୍କା ଲେଖାଏଁ ମୋଟ ପ୍ରାୟ ଶହେ ୨୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ରାଶି ସେମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପଠାଯାଇଛି। ସ୍ୱୟଂ ସହାୟକ ଗୋଷ୍ଠୀର ମା’ ମାନଙ୍କୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ଭାବେ ଗଢ଼ିତୋଳିବା ପାଇଁ ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଉଛନ୍ତି।ଜିଲ୍ଲାର ୩ ହଜାର ଇଚ୍ଛୁକ ମହିଳାଙ୍କୁ ଓରମାସ ମାଧ୍ୟମରେ ସିଲେଇ ତାଲିମ ପ୍ରଦାନ କରିବାକୁ ପ୍ରସ୍ତାବ ଦିଆଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ଏହାଦ୍ୱାରା ଆଗାମୀ ଦିନରେ ପ୍ରତିଷ୍ଠା ହେବାକୁ ଥିବା ଆଦିତ୍ୟ ବିର୍ଲା ଟେକ୍ସଟାଇଲ ପାର୍କ ଓ ଶାହୀ ଏକ୍ସପୋର୍ଟସ ପରି ବୃହତ ପ୍ରକଳ୍ପରେ ସେମାନଙ୍କୁ ନିଯୁକ୍ତି ସୁଯୋଗ ମିଳିବା ସହ ସେମାନେ ନିଶ୍ଚିତ ସ୍ୱାବଲମ୍ବୀ ହୋଇ ପାରିବେ। ଚଳିତ ୨୦୨୬-୨୭ ଆର୍ôଥକ ବର୍ଷରେ ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ବ୍ୟାଙ୍କ ଲିଙ୍କେଜ ମାଧ୍ୟମରେ ପ୍ରାୟ ୫ ଶହ କୋଟି ଟଙ୍କାର ଋଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ବର୍ତମାନ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ଶତ ପ୍ରତିଶତ ସୁଧ ଛାଡ଼ ସୁବିଧା ଉପଲବ୍ଧ ରହିଛି।ମହିଳା ଉଦ୍ୟୋଗୀମାନେ ପ୍ରଧାନମନ୍ତ୍ରୀ ରୋଜଗାର ସୃଷ୍ଟି ଯୋଜନା, ମୁଦ୍ରା ଯୋଜନା ଏବଂ ୫୦% ସବସିଡି ଥିବା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସୁଯୋଗ ନେଇ ନିଜର ବ୍ୟବସାୟ ବୃଦ୍ଧି କରିବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ ଯେ' ନାରୀମାନଙ୍କୁ କେବଳ ଆର୍ôଥକ ସହାୟତା ନୁହେଁ, ବରଂ ସେମାନଙ୍କୁ ଲକ୍ଷପତି ଓ କୋଟିପତି ସ୍ତରର ସ୍ୱାବଲମ୍ବୀ ଉଦ୍ୟୋଗୀ ଭାବେ ଗଢ଼ିତୋଳିବା ସରକାରଙ୍କ ଆଭିମୁଖ୍ୟ ରହିଛି । ସମ୍ବଲପୁରର ପାରମ୍ପରିକ ଉତ୍ପାଦ ଯଥା ଆରିଶା ପିଠା, ମହୁଲରୁ ପ୍ରସ୍ତୁତ ପାନୀୟ (ମହୁଆ କୋକ୍), କୁଚିଣ୍ଡା ଲଙ୍କା ଏବଂ ଓରମାସ ମାଧ୍ୟମରେ ଶାଳମଞ୍ଜି ତେଲରୁ ଏକ ସ୍ୱତନ୍ତ୍ର ବ୍ରାଣ୍ଡର ତେଲ ପସ୍ତୁତ କରି ଏହାର ବଜାରୀ କରଣ କରାଯିବ। ଏଥିପାଇଁ କ୍ଷୁଦ୍ର ଶିଳ୍ପ ମାଧ୍ୟମରେ ମହିଳାମାନଙ୍କୁ ଆବଶ୍ୟକୀୟ ପ୍ରଶିକ୍ଷଣ ଓ ଭିତିଭୂମି ଯୋଗାଇ ଦିଆଯିବ।

ଗ୍ରାମାଂଚଳର ଭିତିଭୂମି ବିକାଶ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ନାୟକ ଘୋଷଣା କରିଥିଲେ ଯେ, ପ୍ରତ୍ୟେକ ପଂଚାୟତରେ ଅତ୍ୟାଧୁନିକ କଲ୍ୟାଣ ମଣ୍ଡପ ନିର୍ମାଣ କରାଯିବ, ଯେଉଁଥିରେ ଆଲୋକୀକରଣ, ସାଉଣ୍ଡ ବ୍ୟବସ୍ଥା ଏବଂ ରୋଷେଇ ସାମଗ୍ରୀ ଉପଲବ୍ଧ ରହିବ। ସେହିପରି ପ୍ରତ୍ୟେକ ଗାଁର ପୋଖରୀକୁ ପେଭର ବ୍ଲକ, ବସିବା ବ୍ୟବସ୍ଥା ଓ ପାଠାଗାର ସହ ଆଦର୍ଶ ପୋଖରୀର ବିକଶିତ କରାଯିବ। ଏହା ସହିତ ଆସନ୍ତା ଡିସେମ୍ବର ମାସ ସୁଦ୍ଧା ସମ୍ବଲପୁର ଜିଲ୍ଲାର ପ୍ରତ୍ୟେକ ଘରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବାର ଲକ୍ଷ୍ୟ ରହିଛି ବୋଲି ମଧ୍ୟ କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୌରାଂଚଳରୁ ବହୁ ସଂଖ୍ୟାରେ ମହିଳା, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ସ୍ଥାନୀୟ ଜନସାଧାରଣ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା ।

ସମ୍ବଲପୁର ଜିଲ୍ଲାରେ ସୁଭଦ୍ରା ୫ମ କିସ୍ତି ପାଇଁ ସମୁଦାୟ ୨ ଲକ୍ଷ ୪୧ ହଜାର ଶହେ ୧୦ ଜଣ ଯୋଗ୍ୟ ହିତାଧିକାରୀ ମନୋନୀତ ହୋଇଛନ୍ତି। ବ୍ଲକ ଏବଂ ପୌରାଂଚଳ ଭିତିରେ ବାମରା ବ୍ଲକରୁ ୨୩ ହଜାର ୯୭୯ ଜଣ, ଧନକଉଡ଼ାରୁ ୧୩ ହଜାର ୬୫୨ ଜଣ, ଜମନକିରାରୁ ୨୪ ହଜାର ୦୭୦ ଜଣ, ଯୁଯୁମୁରାରୁ ୨୧ ହଜାର ୩୦୦ ଜଣ, କୁଚିଣ୍ଡା ବ୍ଲକରୁ ୧୭ ହଜାର ୯୩୭ ଜଣ, ମାନେଶ୍ୱରରୁ ୧୪ ହଜାର ୬୫୮ ଜଣ, ନାକଟି ଦେଉଳରୁ ୧୬ ହଜାର ୬୪୯ ଜଣ, ରେଢ଼ାଖୋଲରୁ ୧୪ ହଜାର ୭୧୫ ଜଣ ଏବଂ ରେଙ୍ଗାଲି ବ୍ଲକରୁ ୨୨ ହଜାର ୩୩୬ ଜଣ ହିତାଧିକାରୀ ଆଜିର ଏହି ୫ମ ସୁଭଦ୍ରା କିସ୍ତି ରାଶି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେହିପରି ଏହି ଯୋଜନାରେ ପୌରାଂଚଳ ଗୁଡ଼ିକ ମଧ୍ୟରେ କୁଚିଣ୍ଡା ଏନ୍ଏସିରୁ ୨ ହଜାର ୮୧୧ ଜଣ ଓ ରେଢ଼ାଖୋଲ ଏନ୍ଏସିରୁ ୩ ହଜାର ୪୪୮ ଜଣ ହିତାଧିକାରୀ ଥିବାବେଳେ ସର୍ବାଧିକ ୬୫ ହଜାର ୫ ଶହ ୫୫ ଜଣ ହିତାଧିକାରୀ କେବଳ ସମ୍ବଲପୁର ମହାନଗର ନିଗମ ଅଂଚଳରୁ ରହିଥିବା ଜଣାପଡିଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande