ଭୋଟର ତାଲିକାରୁ ନାମ କାଟିବା ଅଭିଯୋଗ, ଧାମନଗର ଥାନାରେ ଏତଲା ଦାଏର
ଭଦ୍ରକ, ୨୮ ଅଗଷ୍ଟ (ହି.ସ.) - ଏହି ଜିଲାର ଧାମନଗର ଏନ୍.ଏ.ସି. ଅଂଚଳରେ ଭୋଟର ତାଲିକାରୁ ସଂଖ୍ୟାଲଘୁ ମୁସଲମାନ ସମ୍ପ୍ରଦାୟର ବୈଧ ଓ ଯୋଗ୍ୟ ଭୋଟରମାନଙ୍କ ନାମ କାଟିବା ପାଇଁ ଏକ ବଡ଼ଧରଣର ଷଡ଼ଯନ୍ତ୍ର କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏହି ସମ୍ବେଦନଶୀଳ ଘଟଣାରେ ଧାମନଗରଉ ଥାନାରେ ଆନୁଷ୍ଠାନିକ ଭାବେ ଏଫ୍.
VOTER LIST RU NAMA KATIBA ABHIJOG DHAMNAGAR


ଭଦ୍ରକ, ୨୮ ଅଗଷ୍ଟ (ହି.ସ.) - ଏହି ଜିଲାର ଧାମନଗର ଏନ୍.ଏ.ସି. ଅଂଚଳରେ ଭୋଟର ତାଲିକାରୁ ସଂଖ୍ୟାଲଘୁ ମୁସଲମାନ ସମ୍ପ୍ରଦାୟର ବୈଧ ଓ ଯୋଗ୍ୟ ଭୋଟରମାନଙ୍କ ନାମ କାଟିବା ପାଇଁ ଏକ ବଡ଼ଧରଣର ଷଡ଼ଯନ୍ତ୍ର କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏହି ସମ୍ବେଦନଶୀଳ ଘଟଣାରେ ଧାମନଗରଉ ଥାନାରେ ଆନୁଷ୍ଠାନିକ ଭାବେ ଏଫ୍.ଆଇ.ଆର କରାଯାଇଛି। ସୁଚନା ଥାଉକି ଧାମନଗର ଏନ.ଏ.ସି.ର ବିଭିନ୍ନ ୱାର୍ଡର ସଂଖ୍ୟାଲଘୁ ଭୋଟରଙ୍କୁ ଟାର୍ଗେଟ କରାଯାଇ ଏହି ଅସାଧୁ ଉଦ୍ୟମ କରାଯାଉଛି। କିଛି ଅସାମାଜିକ ବ୍ୟକ୍ତି ସଙ୍ଗଠିତ ଭାବେ ମନ୍ଦ ଉଦ୍ଦେଶ୍ୟ ରଖି, ଜାଲ ତଥ୍ୟ ପ୍ରସ୍ତୁତ କରି ବି.ଏଲ୍.ଓ. ବି ଏଲ ଓ ଙ୍କ ନିକଟରେ ଅନଲାଇନ ଫର୍ମ-୭' ମାଧ୍ୟମରେ ମିଥ୍ୟା ଅଭିଯୋଗ ଦାଖଲ କରିଛନ୍ତି। ଏହାଦ୍ୱାରା ଭାରତୀୟ ସମ୍ବିଧାନର ମୌଳିକ ଅଧିକାର କ୍ଷୁର୍ଣ୍ଣ ହେବା ସହ ଅଂଚଳରେ ସାମ୍ପ୍ରଦାୟିକ ଅଶାନ୍ତି ସୃଷ୍ଟି ହେବାର ଆଶଙ୍କା ରହିଛି।ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ବି.ଏନ୍.ଏସ୍. ର କଠୋର ଦଫା ଅନୁଯାୟୀ ତୁରନ୍ତ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରିବା ପାଇଁ ଥାନା ଅଧିକାରୀଙ୍କୁ ଧାମନଗର ବିଜୁ ଜନତା ଦଳ କାର୍ଯ୍ୟକର୍ତା ମାନେ ନିବେଦନ କରିଛନ୍ତି। ଶୁକ୍ରବାର ଦିନ ୧୦ ଟା ସମୟରେ ସଂଖ୍ୟା ଲଘୁ ଭାଇ ଭଉଣୀ ଙ୍କ ସହ ଧାମନଗର ପଂଚାୟତ ସମିତି ର ପୂର୍ବତନ ଅଧକ୍ଷ ଅଶୋକ ନାୟକ,ଧାମନଗର ଏନ ଏସି ଅଧକ୍ଷ ନିବେଦିତା ଜେନା, ବିଜେଡି ବ୍ଲକ ସଭାପତି ପ୍ରତାପ ସାମଲ,ସଂଖ୍ୟାଲଘୁ ସେଲ୍ ର ନେତା ଏମ ଡି ଫକିରୁଦିନି ,ସୁଶାନ୍ତ ରାଉତ ଓ କାଉନସିଲର ମାନେ ଏକ ଶୋଭାଯାତ୍ରା ରେ ଧାମନଗର ଥାନା କୁ ଆସି ଅଭିଯୋଗ କରା ଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande