ପାଟଣା ତହସିଲରେ ଭିଜିଲାନ୍ସ ଚଢ଼ାଉ : ୬ ହଜାର ଟଙ୍କା ଲାଂଚ ନେଇ ଧରାପଡିଲେ ଜୁନିୟର ରେଭେନ୍ୟୁ ଆସିଷ୍ଟାଂଟ
କେନ୍ଦୁଝର, ୨୮ ଅଗଷ୍ଟ (ହି.ସ.) - କେନ୍ଦୁଝର ଜିଲ୍ଲା ପାଟଣା ତହସିଲରେ ଭିଜିଲାନ୍ସର ଚଢ଼ାଉ ହୋଇଛି। ଲାଂଚ ନେଉଥିବା ବେଳେ ଜଣେ ଜୁନିୟର ରେଭେନ୍ୟୁ ଆସିଷ୍ଟାଂଟଙ୍କୁ ରେଡ୍ ହ୍ୟାଣ୍ଡରେ ଧରିଛି ଭିଜିଲାନ୍ସ। ପାଟଣା ତହସିଲରେ କାର୍ଯ୍ୟରତ ଜୁନିୟର ରେଭେନ୍ୟୁ ଆସିଷ୍ଟାଂଟ ଉମା ଶଙ୍କର ପାର୍ଟିସନ୍ ସୁଟ୍ କରାଇଦେବ
Vigilance


କେନ୍ଦୁଝର, ୨୮ ଅଗଷ୍ଟ (ହି.ସ.) - କେନ୍ଦୁଝର ଜିଲ୍ଲା ପାଟଣା ତହସିଲରେ ଭିଜିଲାନ୍ସର ଚଢ଼ାଉ ହୋଇଛି। ଲାଂଚ ନେଉଥିବା ବେଳେ ଜଣେ ଜୁନିୟର ରେଭେନ୍ୟୁ ଆସିଷ୍ଟାଂଟଙ୍କୁ ରେଡ୍ ହ୍ୟାଣ୍ଡରେ ଧରିଛି ଭିଜିଲାନ୍ସ। ପାଟଣା ତହସିଲରେ କାର୍ଯ୍ୟରତ ଜୁନିୟର ରେଭେନ୍ୟୁ ଆସିଷ୍ଟାଂଟ ଉମା ଶଙ୍କର ପାର୍ଟିସନ୍ ସୁଟ୍ କରାଇଦେବା ପାଇଁ ୧୦ ହଜାର ଟଙ୍କା ଲାଂଚ ଦାବି କରିଥିବା ବେଳେ ୬ ହଜାର ଟଙ୍କା ରେ ରାଜି ହୋଇଥିଲେ । ସୂଚନା ଅନୁଯାୟୀ ଖିରେଇଟାଙ୍ଗରୀ ପଂଚାୟତ ଡଳଙ୍ଗ ଗ୍ରାମର ଝାଡେଶ୍ୱର ମହାନ୍ତଙ୍କ ଠାରୁ ଲାଂଚ ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ତାଙ୍କ ଠାରୁ ୬ ହଜାର ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି। କେନ୍ଦୁଝର ଭିଜିଲାନ୍ସ ଡିଏସପି ସୁଧାଂଶୁ ଶେଖର ପୂଜାରୀ, ବାଲେଶ୍ୱର ଭିଜିଲାନ୍ସ ଇନ୍ସପେକ୍ଟର ଚିତ୍ରଗୁପ୍ତ ଚାମ୍ପିଆଙ୍କ ସମେତ ଭିଜିଲାନ୍ସ କର୍ମଚାରୀମାନେ ଚଢ଼ାଉରେ ସାମିଲ ଥିଲେ। ଘଟଣା ପରେ ତହସିଲ କାର୍ଯ୍ୟାଳୟରେ ଥିବା ସମ୍ପୃକ୍ତ କାଗଜପତ୍ର ଓ ଦସ୍ତାବିଜ୍ ଯାଂଚ କରାଯାଉଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande