
ମାଲକାନଗିରି ,୨୮ ଅଗଷ୍ଟ (ହି.ସ.) - ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ରାକ୍ଷୀ ପୂର୍ଣମୀ ପାଳିତ ହୋଇଯାଇଛି | ପୂର୍ଣମୀ ପାଳନ ଅବସର ରେ ଜେଲ ରେ ଥିବା କଏଦୀ ଙ୍କ ହାତରେ ରାକ୍ଷୀ ବାନ୍ଧି ପ୍ରେମ ଓ ଭାତୃତ୍ୱ ର ବାର୍ତା ଦେଇଛନ୍ତି ବିଶ୍ୱ ହିନ୍ଦୁ ପରିଷଦ ନେତା | ମାଲକାନଗିରି ବିଶ୍ୱ ହିନ୍ଦୁ ପରିଷଦ ର ଜିଲ୍ଲା ସଂଗଠନ ମନ୍ତ୍ରୀ ଶିବ ପଦ ମିର୍ଧା,ଉପ ସଭାପତି ତପତି ବିଶ୍ୱାସ ଓ ଜିଲା ମହିଳା ପ୍ରମୁଖ ଦୁଲାଲୀ ଥଣ୍ଡର ପ୍ରମୁଖ ଜେଲ କୁ ଯାଇ କଏଦୀ ଙ୍କ ହାତରେ ରାକ୍ଷୀ ବାନ୍ଧି ସେମାନଙ୍କର ଶୁଭ ମନାସି ଥିଲେ | ଜେଲ ରେ ଥିବା ଶତାଧିକ କଏଦୀ ଙ୍କ ହାତରେ ବିଶ୍ୱ ହିନ୍ଦୁ ପରିଷଦ ର ମହିଳା ସଦସ୍ୟ ମାନେ ରାକ୍ଷୀ ବାନ୍ଧି ମିଠା ଖୁଆଇ ଥିଲେ | ଜୀବନ ରେ କରିଥିବା ଭୁଲ କୁ ସୁଧାରି ଭଲ ମଣିଷ ହେବାକୁ ଶପଥ ନେଇଥିଲେ |
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ