
ଭଦ୍ରକ, ୨୮ ଅଗଷ୍ଟ (ହି.ସ.) - ଆଗରପଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଛି । ବିଦ୍ୟାଳୟର ଉପ-ସଭାପତି ଚିତରଞ୍ଜନ ଉଦ୍ଗାତା ଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ପ୍ରଧାନଚାର୍ଯ୍ୟ ସୁଧାଂଶୁ ଶେଖର ପଣ୍ଡାଙ୍କ ତତ୍ୱାବଧାନରେ ସମ୍ପାଦକ ଅଶୋକ କୁମାର ପରିଡା , ଯୁଗ୍ମ ସମ୍ପାଦକ ସୁବାଷ ଚନ୍ଦ୍ର ସାହୁ, ପ୍ରଥମେ ଗୈରିକ ଧ୍ୱଜ ପ୍ରଣାମ କରି ରକ୍ଷା ବନ୍ଧନ ଉତ୍ସବ କରାଯାଇଥିଲା । ଆଚାର୍ଯ୍ୟ ବିବେକାନନ୍ଦ ସେଠୀ ବୌଦ୍ଧିକ ରଖି ଏହି ପର୍ବର ମହତ୍ୱ ଉପରେ ଆଲେକପାତ କରିଥିଲେ । ପରେ ସମସ୍ତ ଶିଶୁ ଓ ଗୁରୁମା ମାନେ ବୃକ୍ଷ, ଗୋମାତା ଏବଂ ଆଗରପଡାର ସମସ୍ତ ବ୍ୟବସାୟୀ ଭାଇ, ଡାକ୍ତରଖାନା, ଥାନାଧିକାରୀ, ଅଗ୍ନିଶମ ଅଧିକାରୀଙ୍କୁ ରାକ୍ଷୀ ବାନ୍ଧି ମିଷ୍ଠାନ ଖୁଆଇ ଶୁଭ ମନାସି ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ