
ଭୁବନେଶ୍ୱର, 28 ଅଗଷ୍ଟ (ହି.ସ.)- ସୁଭଦ୍ରା ଯୋଜନା
ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରି ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି ଯେ , ଏହା ଏକ
ଧାରାବାହିକ ଯୋଜନା । ବର୍ଷକୁ ୨ଟି କିସ୍ତି କରି ୧୦ ହଜାର ଟଙ୍କା ମହିଳା ମାନଙ୍କୁ ଦିଆଯାଉଛି । ଏଥିରେ ନୂତନତା କିଛି ନାହିଁ । କିନ୍ତୁ
ଅନେକ ଯୋଗ୍ୟ ହିତାଧିକାରୀ ଏବେ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ପାରି ନାହାନ୍ତି । ସବୁଠାରୁ
ବଡ଼ କଥା ହେଉଛି ସରକାର ବର୍ଷକୁ ୫୦ ହଜାର ଟଙ୍କା ଦେବା ପାଇଁ ନିର୍ବାଚନ ପ୍ରତିଶ୍ରୁତି ଦେଇଥିଲେ
। ବର୍ତ୍ତମାନ ୫ ବର୍ଷ ରେ ୧୦ ତି କିସ୍ତି ରେ
ଏହି ଟଙ୍କା ଦେଉଛନ୍ତି । ଯାହା କହିଥିଲେ ତାହା କଲେ ନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା
ହେଉଛି ୨୦ ବର୍ଷ ତଳକୁ ଏବଂ ୬୦ ବର୍ଷ ଉପରେ ମହିଳା ମାନେ ଏହି ଯୋଜନାରୁ ବଞ୍ଚିତ ହୋଇଛନ୍ତି । ଯେଉଁ
ହିତାଧିକାରୀ ପାଇଛନ୍ତି ସେମାନଙ୍କ ପାଇଁ ୫ ହଜାର ଟଙ୍କା ଗୁଜୁରାଣ ମେଣ୍ଟାଇବା ସହଜ ନୁହେଁ ।
ଅର୍ଥନୈତିକ ଦୃଷ୍ଟିରୁ ସ୍ୱାବଲମ୍ବୀ କରିବା ଯଥେଷ୍ଟ ନୁହେଁ ବୋଲି ସେ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା