
ଭୁବନେଶ୍ୱର, 28 ଅଗଷ୍ଟ (ହି.ସ.)-
ମୁଖ୍ୟମନ୍ତ୍ରୀଙ୍କ ରାକ୍ଷୀ ଭେଟି । ସୁଭଦ୍ରା ଯୋଜନା ଅର୍ଥ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ
ମାଝୀ । ନୟାଗଡ଼ ଲାଠିପଡ଼ା ଟାଙ୍ଗି ପଡ଼ିଆ ସୁଭଦ୍ରା ମଞ୍ଚରୁ ପଠାଇଲେ ଟଙ୍କା । ୫ ହଜାର କୋଟିରୁ
ଊର୍ଦ୍ଧ୍ବ ଟଙ୍କା ହିତାଧିକାରୀଙ୍କ ଖାତାକୁ ଗଲା ।
ରାକ୍ଷୀ ପୂର୍ଣ୍ଣିମା ଅବସରରେ
ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ପଞ୍ଚମ କିସ୍ତି ମାଧ୍ୟମରେ
ପ୍ରତ୍ୟେକ ଯୋଗ୍ୟ ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏଁ
ପଠାଇଛନ୍ତି ସରକାର। ମୋଟ ୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ଜଣ ଯୋଗ୍ୟ ହିତାଧିକାରୀ ଏହି କିସ୍ତି
ଗ୍ରହଣ କରିବାକୁ ମନୋନୀତ ହୋଇଥିଲେ ।
୫ ହଜାର ୧୬୦ କୋଟିରୁ ଅଧିକ
ଟଙ୍କା ହସ୍ତାନ୍ତର କରାଯାଇଛି । ପ୍ରଥମ ଥର ପାଇଁ ୨ ଲକ୍ଷ ୨୧ ହଜାର ୫୪ ମହିଳା ସୁଭଦ୍ରା ଟଙ୍କା
ପାଇଛନ୍ତି । ବାଦ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଏକା ସଙ୍ଗେ ୫ଟି କିସ୍ତି ମିଳିଛି ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ
ପରିଡ଼ାଙ୍କ ସମେତ ରାଜ୍ୟ ମନ୍ତ୍ରିମଣ୍ଡଳର ଏକାଧିକ ସଦସ୍ୟ ଯୋଗ ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା