କଲେଜ କ୍ୟାଂଟିନ୍ ଓ ହଷ୍ଟେଲରେ ରନ୍ଧନ ତେଲ ବ୍ୟବହାର କମାଇବାକୁ ଉଚ୍ଚଶିକ୍ଷା ବିଭାଗର ଚିଠି
ଭୁବନେଶ୍ୱର, ୨୮ ଅଗଷ୍ଟ (ହି.ସ.) - କଲେଜ କ୍ୟାଂଟିନ୍ ଓ ହଷ୍ଟେଲରେ ରନ୍ଧନ ତେଲ ବ୍ୟବହାର କମାଇବାକୁ ଉଚ୍ଚଶିକ୍ଷା ବିଭାଗ ପରାମର୍ଶ ଦେଇଛି। ଏନେଇ ବିଭାଗ ପକ୍ଷରୁ ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଅପିଲ୍ ମାନିବା ପାଇଁ ଉଚ୍ଚ ଶିକ୍ଷା ବିଭା
କଲେଜ କ୍ୟାଂଟିନ୍ ଓ ହଷ୍ଟେଲରେ ରନ୍ଧନ ତେଲ ବ୍ୟବହାର କମାଇବାକୁ ଉଚ୍ଚଶିକ୍ଷା ବିଭାଗର ଚିଠି


ଭୁବନେଶ୍ୱର, ୨୮ ଅଗଷ୍ଟ (ହି.ସ.) - କଲେଜ କ୍ୟାଂଟିନ୍ ଓ ହଷ୍ଟେଲରେ ରନ୍ଧନ ତେଲ ବ୍ୟବହାର କମାଇବାକୁ ଉଚ୍ଚଶିକ୍ଷା ବିଭାଗ ପରାମର୍ଶ ଦେଇଛି। ଏନେଇ ବିଭାଗ ପକ୍ଷରୁ ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଅପିଲ୍ ମାନିବା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଚିଠିରେ ଉଲ୍ଲେଖ କରାଯାଇଛି। ପୁରୀ, ବରା, ଆଳୁଚପ ଭଳି ଅଧିକ ତେଲିଆ ଖାଦ୍ୟ ଏଡ଼ାଇବାକୁ ପରାମର୍ଶ ଦିଆଯାଇଛି। ଏହାସହ ଖାଦ୍ୟ ପ୍ରସ୍ତୁତି ସମୟରେ ରନ୍ଧନ ତେଲର ବ୍ୟବହାର କମାଇବାକୁ ମଧ୍ୟ ପରାମର୍ଶ ଦିଆଯିବା ସହ ପାରମ୍ପରିକ ଘିଅ, ସୋରିଷ ଓ ବାଦାମ ତେଲ ବ୍ୟବହାରକୁ ପ୍ରୋତ୍ସାହନ ଦେବାକୁ କୁହାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande