
ଜୟପୁର, 28 ଅଗଷ୍ଟ (ହି.ସ.) - ଭେଜାଲ ଖାଦ୍ୟ ପଦାର୍ଥ ପ୍ରସ୍ତୁତି ଓ ବିକ୍ରି ଉପରେ ରୋକ ଲଗାଇବା ସହ ଖାଦ୍ୟର ମାନ ନିଶ୍ଚିତ କରିବାକୁ କୋରାପୁଟ ଜିଲାର ଜୟପୁର ସହରରେ ବିଭିନ୍ନ ସ୍ଥାନରେ ଗତ ୨ ଦିନ ଧରି ଜିଲ୍ଲା ଖାଦ୍ୟ ସୁରକ୍ଷା ଟିମ୍ ଓ ଜୟପୁର ପୌର ପାଳିକା ପକ୍ଷରୁ ମିଳିତ ଚଢ଼ଉ ଓ ଯାଞ୍ଚ କରାଯାଉଛି ।
ବିଶେଷକରି ଜୟପୁର ସହରରେ ଛେନା, ପନିର ଓ ମିଠା ପ୍ରସ୍ତୁତି କେନ୍ଦ୍ରଗୁଡ଼ିକ ଉପରେ ଟିମ ନଜର ରଖି ଚଢାଉ କରିଛି । ଜିଲ୍ଲା ଖାଦ୍ୟ ସୁରକ୍ଷା ଟିମ୍ ର ଫୁଡ୍ ସେଫଟି ଅଫିସର ପଙ୍କଜୀନି ଦେହୁରିଆ , ଜୟପୁର ପୌର କାଯ୍ୟ ନିର୍ବାହୀ ଅଧିକାରୀ ପୁଜା ରାଉତ ନେତୃତ୍ୱରେ ଏହି ମିଳିତ ଯାଞ୍ଚ ଓ ଚଢ଼ଉ କରାଯାଇଥିଲା । ଯାଞ୍ଚ ସମୟରେ ଖାଦ୍ୟରେ ଭେଜାଲ ଚିହ୍ନଟ ପାଇଁ ପ୍ରାୟ ୪୦ଟି ତୁରନ୍ତ ଆଇଓଡିନ୍ ପରୀକ୍ଷା କରାଯାଇଥିଲା । ଜୟପୁର ସହରର ହୋଟେଲ ଗାଙ୍ଗୁରାମ, ଓମଫେଡ କାଉଣ୍ଟର ଘରୋଇ ପକ୍ରିୟା କରଣ ସହ ପନିର ବିକ୍ରୟ କେନ୍ଦ୍ର ଭଳି ୭ଟି ଦୋକାନ ଉପରେ ଚଢାଉ କରାଯାଇଥିଲା । ଏହାସହିତ ବିଭିନ୍ନ ସ୍ଥାନରୁ ପନିର ସଂଗ୍ରହ କରାଯାଇ ମାନ ର ପରୀକ୍ଷା ପାଇଁ ପଠାଯାଇଛି । ବେଆଇନ ପଲିଥିନ ବାବ୍ୟହାର ସହ ଟ୍ରେଡ ଲାଇସେନ୍ସ ନଥିବା ଅଭି ଯୋଗରେ ଜୟପୁର ପୌର ପାଳିକା ୩ ହଜାର ୫ ଶହ ଟଙ୍କା ଜୋରିମାନା ଆଦାୟ କରିଛି । ଜନସାଧାରଣଙ୍କୁ ସୁରକ୍ଷିତ ଓ ଗୁଣାତ୍ମକ ଖାଦ୍ୟ ଯୋଗାଣ ନିଶ୍ଚିତ କରିବା ସହ ଭେଜାଲ ଖାଦ୍ୟ ପ୍ରସ୍ତୁତି ଓ ବିକ୍ରିକୁ ରୋକିବା ପାଇଁ ଜିଲ୍ଲାରେ ଏଭଳି ଖାଦ୍ୟ ସୁରକ୍ଷା ବିଭାଗ ତରଫରୁ ଆଗକୁ ମଧ୍ୟ ଜାରି ରହିବ ବୋଲି ସୂଚନା ଦିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି