
ଭୁବନେଶ୍ୱର, 28 ଅଗଷ୍ଟ (ହି.ସ.) - ରାଉରକେଲା
ରାଜନୀତି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି
ଯେ, କିଛି ଲୋକ ପଇସା ଖର୍ଚ୍ଚକରି ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । ମୋ ନାଁରେ ଅପପ୍ରଚାର
କରାଯାଉଛି । ଭାବୁଛନ୍ତି ମୁଁ ଡ୍ରପ୍ ହେଲେ ବୋଧେ କେନ୍ଦ୍ରମନ୍ତ୍ରୀ ହେବେ ।
ସେ କହିଛନ୍ତି ଯେ, ମୁଁ ଦଳକୁ
ରକ୍ତ ମାଂସ ଦେଇଛି, ଦଳ ଯେତିକି ସ୍ଥାନ ଦେଇଛି ଯଥେଷ୍ଟ । ଅପଦସ୍ତ କରିବାକୁ ଚେଷ୍ଟା କଲେ
ଜାଳିକି ସଫା କରିଦେବି ।
ଏହାସହିତ ପୁଣି ନିର୍ବାଚନ
ଲଢ଼ିବାର ଚ୍ୟାଲେଞ୍ଜ ଦେଇଛନ୍ତି ଜୁଏଲ । ସେ କହିଛନ୍ତି ଯେ, ମୁଁ ନିର୍ବାଚନ ଲଢ଼ିବିନି କହିଥିଲି, ଚ୍ୟାଲେଞ୍ଜ
ଦେଉଛି ଲଢ଼ିବି । ମୁଁ ଦଳର ସାଧାରଣ ସମ୍ପାଦକଙ୍କୁ ଭେଟି ଅବଗତ କରାଇଛି । କେନ୍ଦ୍ର
ନେତୃତ୍ୱଙ୍କୁ ବି ଘଟଣା ବିଷୟରେ ଜଣାଇବି ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା