
ଭୁବନେଶ୍ୱର, 28 ଅଗଷ୍ଟ (ହି.ସ.)- ଆଜି ଲୋଇସିଂହା
ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନେଗିପାଲି ସ୍ଥିତ ରୁଗୁଡ଼ିଖାଲ ସରସ୍ୱତୀ ଶିଶୁ ମନ୍ଦିରର ନୂତନ
ଶ୍ରେଣୀ ଗୃହ ଉଦ୍ଘାଟନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଶିକ୍ଷା ହିଁ
ସମାଜର ପ୍ରଗତିର ମୂଳଦୁଆ। ଏହି ନୂତନ ଶ୍ରେଣୀ ଗୃହ ନିର୍ମାଣ ଦ୍ୱାରା କୋମଳମତି ଶିଶୁମାନଙ୍କୁ ଏକ
ଉନ୍ନତ, ସୁରକ୍ଷିତ
ଓ ଅନୁକୂଳ ଶୈକ୍ଷିକ ପରିବେଶ ମିଳିପାରିବ ବୋଲି ମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି । ପବିତ୍ର
ରାକ୍ଷୀ ପୂର୍ଣ୍ଣିମା ଅବସରରେ ବିଦ୍ୟାଳୟର କୁନି କୁନି ଶିଶୁମାନେ ସ୍ନେହ ଓ ଆଦରର ସହ ମନ୍ତ୍ରୀଙ୍କ
ହାତରେ ସ୍ନେହର ରକ୍ଷାସୂତ୍ର (ରାକ୍ଷୀ) ବାନ୍ଧିବା ମୁହୂର୍ତ୍ତ ଅତ୍ୟନ୍ତ ଭାବପୂର୍ଣ୍ଣ ଥିଲା ବୋଲି
ମନ୍ତ୍ରୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା