
ଭୁବନେଶ୍ୱର, ୨୮ ଅଗଷ୍ଟ (ହି.ସ)- ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜନ୍ମବାର୍ଷିକୀ ଉପଲକ୍ଷେ ଶୁକ୍ରବାର ବରଗଡ଼ଠାରେ କ୍ରିଷ୍ଣା ବିକାଶ ଶିକ୍ଷା ସଂସ୍ଥାନ ପକ୍ଷରୁ ଆୟୋଜିତ ଏକ ଜାତୀୟ ଆଲୋଚନା ଚକ୍ରରେ ଉଚ୍ଚଶିକ୍ଷା ତଥା କ୍ରୀଡା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଅଂଶଗ୍ରହଣ କରିଥିଲେ। ବରପୁତ୍ରମାନଙ୍କ ସମ୍ମାନେ ଏହିଭଳି ଭବ୍ୟ ଆୟୋଜନ ପାଇଁ ମନ୍ତ୍ରୀ ସଂସ୍ଥାର ପରିଚାଳକମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା