ପ୍ରଜ୍ଞାନନନ୍ଦଙ୍କ ଐତିହାସିକ ବିଜୟରେ ଅଭିନନ୍ଦନ ଜଣାଇଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର, 28 ଅଗଷ୍ଟ (ହି.ସ.)- ଓଡ଼ିଶା ବିଧାନସଭାରେ ବିରୋଧୀ ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ଚେସ୍ ଖେଳାଳି ଆର୍. ପ୍ରଜ୍ଞାନନନ୍ଦଙ୍କୁ ଗ୍ରାଣ୍ଡ ଚେସ୍ ଟୁର୍ର ଟାଇଟଲ୍ ଜିତିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ସୋସିଆଲ୍ ମିଡିଆ ପୋଷ୍ଟ
ପ୍ରଜ୍ଞାନନନ୍ଦଙ୍କ ଐତିହାସିକ     ବିଜୟରେ ଅଭିନନ୍ଦନ ଜଣାଇଲେ ନବୀନ ପଟ୍ଟନାୟକ


ଭୁବନେଶ୍ୱର, 28 ଅଗଷ୍ଟ (ହି.ସ.)- ଓଡ଼ିଶା ବିଧାନସଭାରେ ବିରୋଧୀ ଦଳର ନେତା ତଥା ପୂର୍ବତନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ଚେସ୍ ଖେଳାଳି ଆର୍. ପ୍ରଜ୍ଞାନନନ୍ଦଙ୍କୁ ଗ୍ରାଣ୍ଡ

ଚେସ୍ ଟୁର୍ର ଟାଇଟଲ୍ ଜିତିଥିବାରୁ ଅଭିନନ୍ଦନ ଜଣାଇଛନ୍ତି।

ସୋସିଆଲ୍ ମିଡିଆ ପୋଷ୍ଟ

ମାଧ୍ୟମରେ ପଟ୍ଟନାୟକ ପ୍ରଜ୍ଞାନନନ୍ଦଙ୍କ ଐତିହାସିକ ସଫଳତାକୁ ପ୍ରଶଂସା କରି କହିଛନ୍ତି ଯେ, ଫାଇନାଲ୍ରେ

ବର୍ତ୍ତମାନର ଚାମ୍ପିଅନ୍ ଫାବିଆନୋ କାରୁଆନାଙ୍କୁ ପରାସ୍ତ କରି ପ୍ରଜ୍ଞାନନନ୍ଦ ଗ୍ରାଣ୍ଡ ଚେସ୍

ଟୁର୍ର ଟାଇଟଲ୍ ଜିତିଥିବା ପ୍ରଥମ ଭାରତୀୟ ହେବାର ଗୌରବ ହାସଲ କରିଛନ୍ତି।

ପଟ୍ଟନାୟକ କହିଛନ୍ତି ଯେ, ପ୍ରଜ୍ଞାନନନ୍ଦଙ୍କ

ଏହି ଐତିହାସିକ ବିଜୟ ସାରା ଦେଶର ହଜାର ହଜାର ଖେଳାଳି ଓ କ୍ରୀଡ଼ା ପ୍ରତିଭାଙ୍କୁ ପ୍ରେରଣା

ଯୋଗାଇବ। ଏହି ଯୁବ ଚେସ୍ ଖେଳାଳିଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ସେ କହିଛନ୍ତି ଯେ, ପ୍ରଜ୍ଞାନନନ୍ଦ

ନିଜ କ୍ୟାରିୟରରେ ନୂଆ ନୂଆ ଉଚ୍ଚତା ହାସଲ କରନ୍ତୁ ଏବଂ ଦେଶ ପାଇଁ ଆହୁରି ଅଧିକ ଗୌରବ ଆଣନ୍ତୁ।ଏହି

ଚମତ୍କାର ସଫଳତା ପାଇଁ ସେ ପ୍ରଜ୍ଞାନନନ୍ଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande