
ଭୁବନେଶ୍ୱର,29 ଅଗଷ୍ଟ (ହି.ସ.) ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ମୂର୍ତ୍ତୁମା ଗ୍ରାମର ସାଧୁ ହରିଜନ ସାଇକେଲରେ ଚାରିଧାମ ଯାତ୍ରା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲିଠାରୁ ସେ ଶ୍ରଦ୍ଧା, ଭକ୍ତି ଓ ଅଗାଢ଼ ବିଶ୍ୱାସ ସହ ଏହି ଆଧ୍ୟାତ୍ମିକ ଯାତ୍ରା ଆରମ୍ଭ କରିବେ।
ଏହି ବିଶେଷ ଯାତ୍ରା ସମ୍ପର୍କରେ ଜାଣିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଜି ସାଧୁ ହରିଜନଙ୍କୁ ସାକ୍ଷାତ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ମନ୍ତ୍ରୀ ଗଣ୍ଡ ସୋସିଆଲ ମିଡିଆରେ ଏହି ସୂଚନା ସେୟାର କରି କହିଛନ୍ତି ଯେ, ଶ୍ରଦ୍ଧା ଓ ଭକ୍ତିର ସହ ସାଧୁ ହରିଜନଙ୍କ ସାଇକେଲ ପବିତ୍ର ଚାରିଧାମ ଅଭିମୁଖେ ଗଡ଼ିବ। ଏହି ଆଧ୍ୟାତ୍ମିକ ଯାତ୍ରା ମଙ୍ଗଳମୟ ହେଉ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କର ପଥପ୍ରଦର୍ଶକ ହୋଇ ଯାତ୍ରାକୁ ସଫଳ କରନ୍ତୁ ବୋଲି ସେ କାମନା କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ