ହଳଦିଆ ପଦର କାର ସର୍ଭିସିଙ୍ଗ ସେଣ୍ଟରରେ ଅଗ୍ନିକାଣ୍ଡ
ଗଞ୍ଜାମ, ୨୯ ଅଗଷ୍ଟ (ହି.ସ.)- ଵ୍ରହ୍ମପୁର ନିକଟସ୍ଥ ହଳଦିଆ ପଦର କାର ସର୍ଭିସିଙ୍ଗ ସେଣ୍ଟରରେ ଅଗ୍ନିକାଣ୍ଡ ଘଟି ଏହା ବ୍ୟାପକ ଆକାର ଧାରଣ କରିଥିଲା। ଆଜି ସକାଳୁ ସିକ୍ୟୁରିଟି ଗାର୍ଡଠାରୁ ଖବର ପାଇ ଵ୍ରହ୍ମପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲା। ଅଗ୍ନିକାଣ୍ଡ ଏତେ ବ୍
ହଳଦିଆ ପଦର କାର ସର୍ଭିସିଙ୍ଗ ସେଣ୍ଟରରେ ଅଗ୍ନିକାଣ୍ଡ


ଗଞ୍ଜାମ, ୨୯ ଅଗଷ୍ଟ (ହି.ସ.)-

ଵ୍ରହ୍ମପୁର ନିକଟସ୍ଥ ହଳଦିଆ ପଦର କାର ସର୍ଭିସିଙ୍ଗ ସେଣ୍ଟରରେ ଅଗ୍ନିକାଣ୍ଡ ଘଟି ଏହା ବ୍ୟାପକ ଆକାର ଧାରଣ କରିଥିଲା। ଆଜି ସକାଳୁ ସିକ୍ୟୁରିଟି ଗାର୍ଡଠାରୁ ଖବର ପାଇ ଵ୍ରହ୍ମପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲା। ଅଗ୍ନିକାଣ୍ଡ ଏତେ ବ୍ୟାପକ ଥିଲାଯେ ଘଟଣାସ୍ଥଳରେ ୧୦ଟି ଦମକଳଵାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ l ନିଆଁକୁ ଆୟତ୍ତ କରିବାକୁ ପ୍ରାୟ ୪ ଘଣ୍ଟା ସମୟ ଲାଗିଥିଲା। ଅଗ୍ନିକାଣ୍ଡର ସଠିକ୍ କାରଣ ଜଣାପଡିନଥିଲେ ମଧ୍ୟ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଅଦ୍ୟାବଧି କ୍ଷୟକ୍ଷତିର ଆକଳନ କରାଯାଇନାହିଁ l

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande