ଝାରସୁଗୁଡ଼ା ଜିଲ୍ଲା ହକି ଆସୋସିଏସନର ବାର୍ଷିକ ବୈଠକ
Hockey association annual meeting
Hockey association annual meeting


ଝାରସୁଗୁଡା, ୨୯ ଅଗଷ୍ଟ (ହି.ସ.)- ଜିଲ୍ଲା ହକି ଆସୋସିଏସନ ତରଫରୁ ସାଧାରଣ ବୈଠକ ଅନୁଷ୍ଠିତ ହେବା ସହିତ ଚତୁର୍ଥ ହକି ସ୍ମରଣିକା ଉନ୍ମୋଚନ ହୋଇଛି। ଝାରସୁଗୁଡ଼ା ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ସଭାପତିତ୍ୱରେ ସାଧାରଣ ବୈଠକ ଅନୁଷ୍ଠିତ ହୋଇ ନୂତନ ସଂପାଦକ ଭାବେ ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡାଙ୍କୁ ମନୋନୀତ କରାଯାଇଛି ।

ପୂର୍ବରୁ ଥିବା ସଂପାଦକ ତଥା ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ୩ ବର୍ଷ ଧରି ଝାରସୁଗୁଡ଼ା ଜିଲ୍ଲାରେ ହକିର ଉନ୍ନତି ପ୍ରତି କାର୍ଯ୍ୟ କରିଥିଲେ। ଏହି ସ୍ମରଣିକାରେ ନୂତନ ପରିକଳ୍ପନା ଆଗାମୀ ଦିନର ସ୍ୱପ୍ନ ତଥା ଜିଲ୍ଲା ହକିର ବିକାଶ ଉପରେ ତଥ୍ୟ ସମ୍ବଳିତ ଚତୁର୍ଥ ସ୍ମରଣିକା ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲା। ହକି ଆସୋସିଏସନ ତରଫରୁ ହକି ଓଡିଶାର ଉପସଭାପତି ତଥା ସଭ୍ୟ ଜୀବନ ମହାନ୍ତି ହକି ଆସୋସିଏସନର ନିଜସ୍ୱ ୪ ଏକର ୮୦୦ ଡ଼େସିମିଲ ଜମି ହୋଇ ପାରିଥିବାରୁ ଜିଲ୍ଲାପାଳଙ୍କୁ କୃତଜ୍ଞତା ଜଣାଇଥିଲେ। ଆସୋସିସନର ୧୧ ଜଣ ନୂତନ ସଭ୍ୟ ଜିଲ୍ଲାପାଳଙ୍କର ଦ୍ୱାରା ଅନୁମୋଦିତ ହୋଇଥିଲା। ଜିଲ୍ଲାର କ୍ରୀଡ଼ା ଅଧିକାରୀ ଅମ୍ରିତ ଆଚାର୍ଯ୍ୟ ସ୍ୱାଗତ ଭାଷଣ ଦେଇଥିବା ବେଳେ ଜାତୀୟ କ୍ରୀଡ଼ା ଦିବସ ଉପଲକ୍ଷେ ଶପଥ ପାଠ କରାଇଥିଲେ। ସଂପାଦକ ବ୍ରଜବନ୍ଧୁ ଭୋଇ କହିଥିଲେ ଯେ, ତାଙ୍କର କାର୍ଯ୍ୟକାଳ ମଧ୍ୟରେ ସର୍ବଭାରତୀୟ ୫-ଏ ସାଇଡ ଜୁନିୟର ମହିଲା ପ୍ରତିଯୋଗିତା, କ୍ଲବ ସ୍ତରୀୟ ପ୍ରତିଯୋଗିତା, ସ୍କୁଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।

ଏହି ସାଧାରଣ ବୈଠକରେ ପୂର୍ବତନ ଭାରତୀୟ ମହିଳା ହକି ଦଳର ଅଧିନାୟିକା ତଥା ହକି ଆସୋସିଏସନର ସଭ୍ୟା ସୁଭଦ୍ରା ପ୍ରଧାନ, ପୂର୍ବତନ ଓଡିଶା ମହିଳା ଦଳର ସଙ୍ଗିତା ରୋଜ କୁଲୁ, ପୂର୍ବତନ ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ଡ଼ମରୁଧର ପୁଜାରୀ, ବର୍ତମାନର ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ସୁଶାନ୍ତ ବେହେରା, କ୍ଲେମେଣ୍ଟ ରୋନାଲ୍ଡ, ଜ୍ୟୋତି ଲାଠ, ପ୍ରତିଭା ମହାପାତ୍ର, ଶାନ୍ତି ନାଏକ, ଅଭିଶେକ ଲାଠ, ରବି ପୁଜାରୀ, ଗଣେଶ ଚନ୍ଦ୍ର ନାଏକ, ତହଲୁ ସାହୁ, ଅରବିନ୍ଦ କୁମାର ସିଂହ, ପ୍ରଫୁଲ୍ଲ କୁଲୁ, ସକୁନ୍ଦ ନାଏକ, ଡ଼ିଫୋର ଟେଟେ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଅଧ୍ୟାପକ ତପନ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande