୧୫କେଜି ଗଞ୍ଜେଇ ଜବତ ଜଣେ ଗିରଫ
ମାଲକାନଗିରି , ୨୯ ଅଗଷ୍ଟ (ହି.ସ.)ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ବଡ଼ପଦର ଅଞ୍ଚଳରୁ ଏକ ଅଟୋରେ ଆନ୍ଧ୍ରପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବାବେଳେ ପୋଲିସ ଚଢ଼ାଉକରି ୧୫ କେଜି ଗଞ୍ଜେଇ ସହ ଅଟୋକୁ ଜବତ କରିଛି। ଗଞ୍ଜେଇ ଚୋରାଚାଲାଣରେ ସମ୍ପୃକ୍ତ ଥୁବା ଅଭିଯୋଗରେ ପୋଲିସ କମାରଗୁଡ଼ା ଗ୍ରାମର
୧୫କେଜି ଗଞ୍ଜେଇ ଜବତ ଜଣେ ଗିରଫ


ମାଲକାନଗିରି , ୨୯ ଅଗଷ୍ଟ (ହି.ସ.)ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ବଡ଼ପଦର ଅଞ୍ଚଳରୁ ଏକ ଅଟୋରେ ଆନ୍ଧ୍ରପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବାବେଳେ ପୋଲିସ ଚଢ଼ାଉକରି ୧୫ କେଜି ଗଞ୍ଜେଇ ସହ ଅଟୋକୁ ଜବତ କରିଛି। ଗଞ୍ଜେଇ ଚୋରାଚାଲାଣରେ ସମ୍ପୃକ୍ତ ଥୁବା ଅଭିଯୋଗରେ ପୋଲିସ କମାରଗୁଡ଼ା ଗ୍ରାମର ନାଗେଶ ହନ୍ତାଳ ନାମକ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।

ପୋଲିସ ସୂଚନା ଅନୁଯାୟୀ, ଅଟୋ ଯୋଗେ ଆନ୍ଧ୍ରକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଚିତ୍ରକୋଣ୍ଡା ଥାନା ଅଧିକାରୀ ଜୟନାରାୟଣ ଖଣ୍ଡେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଥିଲେ। ଥାନା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏସ୍ଆଇ ସର୍ବେଶ୍ୱର ଭୋଇଙ୍କ ନେତୃତ୍ୱରେ ଏକ ଟିମ୍ ଗୁରୁବାର ଅପରାହ୍ନ ପ୍ରାୟ ୨ଟାରେ ଚିତ୍ରକୋଣ୍ଡାର ଡାଲଖାଇ ଛକ ବଡପଦର ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଉକ୍ତ ରାସ୍ତା ଦେଇ ଦ୍ରୁତଗତିରେ ଆସୁଥିବା ଏକ ଅଟୋକୁ ଅଟକାଇ ଯାଞ୍ଚ କରିବାରୁ ସେଥ୍ରେ ଗୋଟିଏ ବସ୍ତାରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲା। ପୋଲିସ ଅଟୋ ସମେତ ଗଞ୍ଜେଇ ଜବତକରି ଥାନାକୁ ଆଣିଥିଲେ। ଏ ନେଇ ଥାନାରେ କେସ୍ ନମ୍ବର୧୯୭/୨୭ ରେ ଏକ ମାମଲା ରୁଜୁ କରାଯାଇଛି। ମାଜିଷ୍ଟ୍ରେଟ୍ ଭାବେ ଚିତ୍ରକୋଣ୍ଡା ଅତିରିକ୍ତ ତହସିଲଦାର ପ୍ରଶାନ୍ତ କୁମାର ଭତ୍ରାଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯିବାରୁ ମୋଟ ୧୫ କେଜି ଥିବା ଜଣାପଡିଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଊର୍ଦ୍ଧ ହେବ ବୋଲି ପୋଲିସ କହିଛି। ଏସ୍ଆଇ ଗୌତମ ହରିଜନ ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ ଖଣ୍ଡେଇ ସୂଚନା ଦେଇଛନ୍ତି

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande