ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବଡ ମହାସ୍ନାନ, ଦେଢ଼ ଘଂଟା ନୀତି ବିଳମ୍ବ
ପୁରୀ, ୨୯ ଅଗଷ୍ଟ (ହି.ସ.)- ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉମାନଙ୍କ ବଡ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି । ଏଥିନେଇ ପ୍ରାୟ ଦେଢ଼ ଘଂଟା ଧରି ଦର୍ଶନ ବନ୍ଦ ରହିଛି । ଅପରାହ୍ନ ୨ଟା ୩୦ ପରେ ଦର୍ଶନ ପାଇପାରିବେ ଶ୍ରଦ୍ଧାଳୁ । ଭିତର କାଠ ଧୁକୁଡ଼ି ଦ୍ୱାର ନିକଟରେ ବାନ୍ତି ପଡିଥିବା ଦେଖି ଗାରଦକୁ ଖବର ଦେଇଥି
ଶ୍ରୀମନ୍ଦିର


ପୁରୀ, ୨୯ ଅଗଷ୍ଟ (ହି.ସ.)- ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉମାନଙ୍କ ବଡ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି । ଏଥିନେଇ ପ୍ରାୟ ଦେଢ଼ ଘଂଟା ଧରି ଦର୍ଶନ ବନ୍ଦ ରହିଛି । ଅପରାହ୍ନ ୨ଟା ୩୦ ପରେ ଦର୍ଶନ ପାଇପାରିବେ ଶ୍ରଦ୍ଧାଳୁ ।

ଭିତର କାଠ ଧୁକୁଡ଼ି ଦ୍ୱାର ନିକଟରେ ବାନ୍ତି ପଡିଥିବା ଦେଖି ଗାରଦକୁ ଖବର ଦେଇଥିଲେ ଜଗନ୍ନାଥ ଟେମ୍ପୁଲ ପୋଲିସ (ଜେଟିପି) । ଏହାପରେ ଶ୍ରୀବିଗ୍ରହମାନଙ୍କ ବଡ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି । ମହାସ୍ନାନ ନୀତି, ଶୋଧ ପରେ ପୁଣି ଥରେ ଦର୍ଶନ ଆରମ୍ଭ ହେବ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande