
ଭୁବନେଶ୍ୱର, 29 ଅଗଷ୍ଟ (ହି.ସ.)- ଜାତୀୟ କ୍ରୀଡ଼ା
ଦିବସରେ ସମସ୍ତ କ୍ରୀଡ଼ାବିତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ।
ଓଡ଼ିଶାର ମାଟିରୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିଜ ପ୍ରତିଭାର ପରିଚୟ ଦେଉଥିବା ପ୍ରତ୍ୟେକ
କ୍ରୀଡ଼ାବିତ୍ଙ୍କ ସଫଳତା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏନେଇ ସୋସିଆଲ ମିଡିଆ
ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜାତୀୟ କ୍ରୀଡ଼ା ଦିବସ ଅବସରରେ ଦେଶର ସମସ୍ତ
କ୍ରୀଡ଼ାବିତ୍, ପ୍ରଶିକ୍ଷକ
ଓ କ୍ରୀଡ଼ାପ୍ରେମୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ଓଡ଼ିଶାର ମାଟିରୁ ଜାତୀୟ ଓ ଅନ୍ତର୍ଜାତୀୟ
ସ୍ତରରେ ନିଜ ପ୍ରତିଭାର ପରିଚୟ ଦେଉଥିବା ପ୍ରତ୍ୟେକ କ୍ରୀଡ଼ାବିତ୍ଙ୍କ ସଫଳତା ଆମ ସମସ୍ତଙ୍କ
ପାଇଁ ଗର୍ବର ବିଷୟ ।
ମୁଖ୍ୟମନ୍ତ୍ରୀ କହିଛନ୍ତି
ଯେ, ଓଡ଼ିଶାର ଯୁବପିଢ଼ିଙ୍କ ମଧ୍ୟରେ ଥିବା ଅପାର କ୍ରୀଡ଼ା ପ୍ରତିଭାକୁ ଉଚିତ୍ ସୁଯୋଗ, ଉନ୍ନତ ପ୍ରଶିକ୍ଷଣ ଓ ଆବଶ୍ୟକ ସହାୟତା ପ୍ରଦାନ କରି ସେମାନଙ୍କୁ
ଜାତୀୟ ଓ ଅନ୍ତର୍ଜାତୀୟ ମଞ୍ଚରେ ଉତ୍କର୍ଷ ପ୍ରଦର୍ଶନ ପାଇଁ ପ୍ରସ୍ତୁତ କରିବା ଦିଗରେ ଆମ ସରକାର
ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା