
ଭୁବନେଶ୍ୱର, 29 ଅଗଷ୍ଟ (ହି.ସ.)- ଜାତୀୟ କ୍ରୀଡ଼ା
ଦିବସରେ ରାଜ୍ୟପାଳ ଡ.ହରିବାବୁ କମ୍ଭମପତି ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ଏହି ଅବସରରେ ସେ ମେଜର
ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ।
ଏନେଇ ସୋସିଆଲ ମିଡିଆ
ଏକ୍ସରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ଜାତୀୟ କ୍ରୀଡ଼ା ଦିବସ ଅବସରରେ ହକି
ଷ୍ଟିକ୍ରେ ନିଜର ଅପୂର୍ବ ପ୍ରତିଭା ଦ୍ୱାରା ଭାରତୀୟ କ୍ରୀଡ଼ାର ଗୌରବମୟ ଯୁଗକୁ ପରିଭାଷିତ
କରିଥିବା ମେଜର ଧ୍ୟାନଚାନ୍ଦ ଜୀଙ୍କୁ ମୋର ଶ୍ରଦ୍ଧାଞ୍ଜଳି।
ସେ କହିଛନ୍ତି ଯେ, ଆମ
କ୍ରୀଡ଼ାବିତ୍ମାନଙ୍କର ନିଷ୍ଠା, ଶୃଙ୍ଖଳା ଓ ଶ୍ରେଷ୍ଠତା ହାସଲ କରିବାର ଅଦମ୍ୟ ପ୍ରୟାସ ଦେଶ ପାଇଁ
ନିରନ୍ତର ଗୌରବ ଆଣିବା ସହ ଆମ ଯୁବପିଢ଼ିଙ୍କୁ ଆହୁରି ଉଚ୍ଚ ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରେରଣା
ଯୋଗାଇ ଚାଲିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା