
ଭୁବନେଶ୍ୱର, 29 ଅଗଷ୍ଟ (ହି.ସ.)- ଜାତୀୟ କ୍ରୀଡ଼ା
ଦିବସରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କ୍ରୀଡାବିତମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି
ଅବସରରେ ସୋସିଆଲ ମିଡିଆ ଏକ୍ସରେ ବିରୋଧୀ ଦଳ ନେତା କହିଛନ୍ତି ଯେ, ଜାତୀୟ କ୍ରୀଡ଼ା ଦିବସ
ଭାବେ ପାଳିତ ହେଉଥିବା ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମବାର୍ଷିକୀ ଅବସରରେ ତାଙ୍କୁ
ଶ୍ରଦ୍ଧାଞ୍ଜଳି।
ସେ କହିଛନ୍ତି କିମ୍ବଦନ୍ତୀ
ହକି ମହାରଥୀ ନିଜର ଅପୂର୍ବ ଯାଦୁ ଓ ମଇଦାନରେ ଅତୁଳନୀୟ କୌଶଳ ଜରିଆରେ ପିଢ଼ି ପିଢ଼ି ଧରି
କ୍ରୀଡ଼ାପ୍ରେମୀଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ହକି ଷ୍ଟିକ୍ରେ ତାଙ୍କର କଳାତ୍ମକ ଦକ୍ଷତା ଏବଂ
କ୍ରୀଡ଼ାରେ ଶ୍ରେଷ୍ଠତା ହାସଲ କରିବା ପ୍ରତି ତାଙ୍କର ଅଦମ୍ୟ ଉତ୍ସାହ ଆଗାମୀ ପିଢ଼ିର
କ୍ରୀଡ଼ାବିତ୍ମାନଙ୍କୁ ସର୍ବଦା ପ୍ରେରଣା ଯୋଗାଇବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା