ଦୁଇ ଟ୍ରକ ମୁହାଁମୁହିଁ ଧକ୍କା : ଜଣେ ଡ୍ରାଇଭର ଗୁରୁତର
ଜୟପୁର, ୩ ଅଗଷ୍ଟ (ହି.ସ.)- ଜାତୀୟ ରାଜପଥ ନମ୍ବର ୨୬ ଜୟନ୍ତଗିରି ନିକଟରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ଜୟନ୍ତଗିରି ନିକଟରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହେଇଥିଲା। ଫଳରେ ମିନି ଟ୍ରକର ସମ୍ମୁଖ ଭାଗ ସମ୍ପୁର୍ଣ୍ଣ ନଷ୍ଟ ହୋଇଥିଲା ଯାହା ଫଳରେ ଡ୍ରାଇଭରର ଦୁଇ ଗୋଡ଼ ଫସି ରହିଥିଲା। ସଙ୍ଗେ ସଙ
ଦୁଇ ଟ୍ରକ ମୁହାଁମୁହିଁ ଧକ୍କାରେ ଜଣେ ଡ୍ରାଇଭର ଗୁରୁତର


ଜୟପୁର, ୩ ଅଗଷ୍ଟ (ହି.ସ.)- ଜାତୀୟ ରାଜପଥ ନମ୍ବର ୨୬ ଜୟନ୍ତଗିରି ନିକଟରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ଜୟନ୍ତଗିରି ନିକଟରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହେଇଥିଲା। ଫଳରେ ମିନି ଟ୍ରକର ସମ୍ମୁଖ ଭାଗ ସମ୍ପୁର୍ଣ୍ଣ ନଷ୍ଟ ହୋଇଥିଲା ଯାହା ଫଳରେ ଡ୍ରାଇଭରର ଦୁଇ ଗୋଡ଼ ଫସି ରହିଥିଲା। ସଙ୍ଗେ ସଙ୍ଗେ ଗାଁ ଲୋକେ ଏବଂ ବୋରିଗୁମ୍ମା ପୋଲିସ ବହୁ କଷ୍ଟରେ ଡ୍ରାଇଭରକୁ ବାହାର କରିଥିଲେ। ଡ୍ରାଇଭରର ଦୁଇଟି ଗୋଡ଼ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଆମ୍ବୁଲାନ୍ସ ଯୋଗେ ଗୁରୁତର ଡ୍ରାଇଭରଙ୍କୁ ପ୍ରଥମେ ବୋରିଗୁମ୍ମା ପରେ କୋରାପୁଟ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।ସେପଟେ ଅନ୍ୟ ଟ୍ରକ ଡ୍ରାଇଭରର ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଜୟନ୍ତଗିରି ଜାତୀୟ ରାଜପଥ ନିକଟରେ ରାସ୍ତା ଉପରେ ପିଚୁ ପକେଇ ଦେଇଛନ୍ତି ଜାତୀୟ ରାଜପଥ ବିଭାଗ ଫଳରେ ଅଳ୍ପ ବର୍ଷା ହେଲେ ଗାଡ଼ି ସ୍ଲିପ ହେଉଛି ବ୍ରେକ ଲାଗୁ ନଥିବା କହିଛନ୍ତି ଲୋକେ। ଏହି କିଛି ଦିନ ମଧ୍ୟରେ ଅନେକ ଦୁର୍ଘଟଣା ଘଟୁଛି। ଆଜିର ଦୁର୍ଘଟଣାର କାରଣ ବି ସେହି ଖସଡ଼ା ପିଚୁ ବୋଲି ଗାଁ ଲୋକେ କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande