ତେଲରାଇ ଗ୍ରାମପଞ୍ଚାୟତରେ ପ୍ରଶାସନିକ ଶିବିର : ଲୋକଙ୍କ ସମସ୍ୟା ବୁଝିଲେ ଜିଲ୍ଲାପାଳ, ହେଲା ନିଶା ମୁକ୍ତ ଭାରତ ଅଭିଯାନ ଶପଥ ପାଠ
ମାଲକାନଗିରି, ୩ ଅଗଷ୍ଟ (ହି.ସ.)- ଆଜି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ତେଲରାଇ ଗ୍ରାମପଞ୍ଚାୟତ ପରିସରରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧୀ
ତେଲରାଇ ଗ୍ରାମପଞ୍ଚାୟତରେ ପ୍ରଶାସନିକ ଶିବିର: ଲୋକଙ୍କ ସମସ୍ୟା ବୁଝିଲେ ଜିଲ୍ଲାପାଳ, ହେଲା ନଶା ମୁକ୍ତ ଭାରତ ଅଭିଯାନ ଶପଥ ପାଠ


ତେଲରାଇ ଗ୍ରାମପଞ୍ଚାୟତରେ ପ୍ରଶାସନିକ ଶିବିର: ଲୋକଙ୍କ ସମସ୍ୟା ବୁଝିଲେ ଜିଲ୍ଲାପାଳ, ହେଲା ନଶା ମୁକ୍ତ ଭାରତ ଅଭିଯାନ ଶପଥ ପାଠ


ମାଲକାନଗିରି, ୩ ଅଗଷ୍ଟ (ହି.ସ.)- ଆଜି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ତେଲରାଇ ଗ୍ରାମପଞ୍ଚାୟତ ପରିସରରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ୍, ଡିଏଫଓ ସାଇ କିରଣ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଦାଶରଥୀ ସରାବୁ ଏବଂ ସବ-କଲେକ୍ଟର ଦୁର୍ଯ୍ୟୋଧନ ଭୋଇଙ୍କ ସମେତ ଜିଲ୍ଲାର ସମସ୍ତ ବିଭାଗୀୟ ଉଚ୍ଚ ପଦାଧିକାରୀମାନେ ଯୋଗଦେଇଥିଲେ। ଶିବିରରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଜନସାଧାରଣ ଉପସ୍ଥିତ ରହି ନିଜ ନିଜର ବିଭିନ୍ନ ସମସ୍ୟା ଓ ଅଭିଯୋଗଗୁଡ଼ିକ ସିଧାସଳଖ ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀମାନଙ୍କ ନିକଟରେ ଉପସ୍ଥାପନ କରିଥିଲେ।

ଏହି ଅବସରରେ ଜିଲ୍ଲାପାଳ କହିଛନ୍ତି ଯେ, ଲୋକଙ୍କ ସମସ୍ୟାର ସମାଧାନ ସରକାରଙ୍କ ପ୍ରାଥମିକତା। ପ୍ରତ୍ୟେକଟି ବ୍ୟକ୍ତିଗତ ଏବଂ ଗୋଷ୍ଠୀଗତ ଅଭିଯୋଗକୁ ସ୍ୱଚ୍ଛତା ସହ ଅନୁଧ୍ୟାନ କରାଯାଇ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ନ୍ୟାୟ ପ୍ରଦାନ କରିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ଲୋକଙ୍କ ସମସ୍ୟାର ତ୍ୱରିତ ସମାଧାନ ପାଇଁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଶିବିର ପରିସରରେ ଆୟୋଜିତ ହୋଇଥିବା ବିଭିନ୍ନ ସରକାରୀ ଲୋକକଲ୍ୟାଣକାରୀ ଯୋଜନାର ଷ୍ଟଲଗୁଡ଼ିକୁ ଜିଲ୍ଲାପାଳ ବୁଲି ଦେଖିବା ସହ ସେଗୁଡ଼ିକର କାର୍ଯ୍ୟକାରିତା ଏବଂ ପ୍ରସ୍ତୁତିର ସମୀକ୍ଷା କରିଥିଲେ।

ଏହି ଶିବିରରେ ସାମଗ୍ରିକ ଭାବେ ମୋଟ ୩୬ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ୧୩ଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ହୋଇଥିବା ବେଳେ ୨୩ଟି ଗୋଷ୍ଠୀଗତ ସମସ୍ୟା ସମ୍ପର୍କିତ ଥିଲା। ଉପସ୍ଥିତ ଅଧିକାରୀଙ୍କ ଦ୍ୱାରା ତୁରନ୍ତ ତଥ୍ୟ ଅନୁଧ୍ୟାନ କରାଯାଇ ଗୋଟିଏ ଅଭିଯୋଗର ଘଟଣାସ୍ଥଳରେ ହିଁ ସମାଧାନ କରାଯାଇଥିଲା। ଏହା ବ୍ୟତୀତ ସମାଜରୁ ନିଶାଦ୍ରବ୍ୟର ଅପବ୍ୟବହାର ରୋକିବା ଉଦ୍ଦେଶ୍ୟରେ ଏହି ଅବସରରେ ନଶା ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ ସାମୂହିକ ଶପଥ ପାଠ ଉତ୍ସବ ଆୟୋଜିତ ହୋଇଥିଲା, ଯେଉଁଥିରେ ସମସ୍ତ ଅଧିକାରୀ ଓ ଜନସାଧାରଣ ଏକତ୍ରିତ ହୋଇ ନିଶାମୁକ୍ତ ସମାଜ ଗଠନ ପାଇଁ ସଙ୍କଳ୍ପ ନେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande