ବନ୍ୟା କ୍ଷତିଗ୍ରସ୍ତଙ୍କୁ ସହାୟତା ଦେବାନେଇ ଜିଲାପାଳଙ୍କୁ ଭେଟିଲେ ଭଣ୍ଡାରିପୋଖରୀ ବିଧାୟକ
ଭଦ୍ରକ, ୩ ଅଗଷ୍ଟ (ହି.ସ.) - ଆଜି ଅପରାହ୍ନରେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକଙ୍କ ଉପସ୍ଥିତରେ ଭଣ୍ଡାରିପୋଖରୀ ବ୍ଲକର ବିଜେଡ଼ି ସଭାପତିଙ୍କ ସମେତ ଅନ୍ୟାନ୍ୟ ନେତୃମଣ୍ଡଳୀ ଭଦ୍ରକ ଜିଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବନ୍ୟା ପରର କ୍ଷୟକ୍ଷତି
BHANDARIPOKHARI MLA MEET COLLECTOR


ଭଦ୍ରକ, ୩ ଅଗଷ୍ଟ (ହି.ସ.) - ଆଜି ଅପରାହ୍ନରେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକଙ୍କ ଉପସ୍ଥିତରେ ଭଣ୍ଡାରିପୋଖରୀ ବ୍ଲକର ବିଜେଡ଼ି ସଭାପତିଙ୍କ ସମେତ ଅନ୍ୟାନ୍ୟ ନେତୃମଣ୍ଡଳୀ ଭଦ୍ରକ ଜିଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ବନ୍ୟା ପରର କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ଚାଷୀ ଓ ସାଧାରଣ ଜନତାଙ୍କୁ ଶିଘ୍ର ସରକାରୀ ସହାୟତା ଯୋଗାଇ ଦେବା ନିମନ୍ତେ ଏହି ଦାବିପତ୍ରରେ ଉଲ୍ଲେଖ ରହିଛି। ଏହି ଦାବିପତ୍ର ପ୍ରଦାନ କାଳରେ ବନ୍ୟା ଜଳ ସ୍ତର କମିବା ପରେ ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ଅଂଚଳର ସମସ୍ୟା ସମ୍ପର୍କରେ ଭଦ୍ରକ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଥିଲେ ବିଧାୟକ ଶ୍ରୀ ମଲ୍ଲିକ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande