
ଭୁବନେଶ୍ୱର, ୦୩ ଅଗଷ୍ଟ (ହି.ସ)- ରାସଗୋବିନ୍ଦପୁର ବିଜେପି କାର୍ଯ୍ୟାଳୟ ଠାରେ ବିଜେପି ଦଳର ବଡାମପୁର ଶକ୍ତିକେନ୍ଦ୍ର ତରଫରୁ ଆୟୋଜିତ 'ମିଶ୍ରଣ ପର୍ବ'ରେ ଯୋଗଦେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର୍ର ମହାପାତ୍ର ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଓ କାର୍ଯ୍ୟକର୍ତା ମାନଙ୍କୁ ଭାରତୀୟ ଜନତା ପାର୍ଟିକୁ ସ୍ୱାଗତ କରିଛନ୍ତି।
ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ ବିଜେପିର ବିଚାରଧାରା, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦୃଢ଼ ନେତୃତ୍ୱ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଜୀଙ୍କ ଦକ୍ଷ କାର୍ଯ୍ୟଶୈଳୀରେ ଅନୁପ୍ରାଣିତ ହୋଇ ସମସ୍ତେ ଆମ ଦଳରେ ଯୋଗ ଦେଇଛନ୍ତି । ସମସ୍ତଙ୍କୁ ଆମ ଦଳ ପକ୍ଷରୁ ସ୍ୱାଗତ ଜଣାଉଛି । ସେମାନଙ୍କର ଯୋଗଦାନ ରାସଗୋବିନ୍ଦପୁର ଅଂଚଳରେ ଦଳୀୟ ସଂଗଠନକୁ ଆହୁରି ମଜବୁତ୍ କରିବ ବୋଲି ମୋର ବିଶ୍ୱାସ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା