
ଗଞ୍ଜାମ, ୩ ଅଗଷ୍ଟ (ହି.ସ.)- ଆସନ୍ତା କାଲି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଗଞ୍ଜାମ ଜିଲା ଗସ୍ତରେ ଆସୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଆକାଶ ମାର୍ଗ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ୪ ତାରିଖ ସକାଳ ଠାରୁ ୫ ତାରିଖରେ ରାଷ୍ଟ୍ରପତି ବ୍ରହ୍ମପୁରରୁ ଫେରିଵା ପର୍ଯ୍ୟନ୍ତ ବ୍ରହ୍ମପୁର ଆକାଶକୁ ନୋ ଫ୍ଲାଇଙ୍ଗ ଯୋନ୍ ଘୋଷଣା କରାଯାଇଛି। ବ୍ରହ୍ମପୁର ଏସପି ଡକ୍ଟର ସର୍ବଣା ଵିବେକ ଏମ୍ ଓ ଗଞ୍ଜାମ ଜିଲ୍ଲା ଏସପି ହରିଶ ଵିସି ଏହାକୁ ସୁନିଶ୍ଚିତ ନିୟନ୍ତ୍ରଣ କରିବାକୁ ଗଞ୍ଜାମ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ଆସନ୍ତା କାଲି ସକାଳେ ରାଷ୍ଟ୍ରପତି ସ୍ବତନ୍ତ୍ର ଟ୍ରେନ ଯୋଗେ ଵ୍ରହ୍ମପୁର ଷ୍ଟେସନରେ ପହଞ୍ଚିଵା ପରେ ସଡ଼କ ପଥରେ ପ୍ରାୟ ୮୦ କିଲୋମିଟର ରାସ୍ତା ଅତିକ୍ରମ କରି ତପ୍ତପାଣିରେ ପହଞ୍ଚି ଉଷ୍ଣପ୍ରସ୍ରବଣ ପାଣିରେ ସ୍ନାନକରି ମା' କନ୍ଧୁଣି ଦେବୀଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରି ପୁଣି ବ୍ରହ୍ମପୁର ଦେଇଫେରି ଗୋପାଳପୁର ଆର୍ମୀ ଏଡି କଲେଜରେ ରାତ୍ରିଯାପନ କରି ୫ ତାରିଖ ସକାଳେ ସ୍ବତନ୍ତ୍ର ଟ୍ରେନରେ ଭୁବନେଶ୍ବର ଫେରିଵାର କାର୍ଯ୍ଯକ୍ରମ ରହିଛି। ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ