ବିଶ୍ୱଭୂଷଣଙ୍କ ୯୩ତମ ଜନ୍ମଦିବସ ଅନୁଷ୍ଠିତ
ଭୁବନେଶ୍ୱର , ୦୩ ଅଗଷ୍ଟ (ହି.ସ.)- ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ବିଶିଷ୍ଟ ରାଜନେତା, ପ୍ରାକ୍ତନ ମନ୍ତ୍ରୀ, ରାଜ୍ୟପାଳ, ସାହିତ୍ୟିକ, ପାଇକ ସଂଗ୍ରାମୀ, ନାଟ୍ୟକାର ତଥା ଓଡ଼ିଆ ଭାଷା, ସାହିତ୍ୟର ଅଗ୍ରଣୀ ପୁରୋଧା ବିଶ୍ୱଭୂଷଣ ହରିଚନ୍ଦନଙ୍କ ୯୩ତମ ସ୍ୱନକ୍ଷତ୍ର ଦିବସ ସହିତ ସମ୍ବର୍ଦ୍ଧନ
yt


ଭୁବନେଶ୍ୱର , ୦୩ ଅଗଷ୍ଟ (ହି.ସ.)- ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ବିଶିଷ୍ଟ ରାଜନେତା, ପ୍ରାକ୍ତନ ମନ୍ତ୍ରୀ, ରାଜ୍ୟପାଳ, ସାହିତ୍ୟିକ, ପାଇକ ସଂଗ୍ରାମୀ, ନାଟ୍ୟକାର ତଥା ଓଡ଼ିଆ ଭାଷା, ସାହିତ୍ୟର ଅଗ୍ରଣୀ ପୁରୋଧା ବିଶ୍ୱଭୂଷଣ ହରିଚନ୍ଦନଙ୍କ ୯୩ତମ ସ୍ୱନକ୍ଷତ୍ର ଦିବସ ସହିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମରେ ସଭାପତି ଭାବେ ଓଡିଶାର ସଂସ୍କୃତି ପୁରୁଷ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ସଂଯୋଜକ ତଥା ଅଭିଯାନର ଅଧ୍ୟକ୍ଷ, ବାଗ୍ନୀ ପ୍ରଦ୍ୟୁମ୍ନ ଶତପଥୀ, ମୁଖ୍ୟଅତିଥି ଭାବେ ଓଡିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ବିଶିଷ୍ଟ ଅତିଥି ସନ୍ଥ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ, ବିଶିଷ୍ଟ ରାଜନେତା ନିରଞ୍ଜନ ପଟ୍ଟନାୟକ, ବିଧାୟକ ଗଣେଶ୍ୱର ବେହେରା, ଡ଼ଃ ହରେକୃଷ୍ଣ ଶତପଥୀ, ପ୍ରାକ୍ତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ପ୍ରାକ୍ତନ ସାଂସଦ ପ୍ରସନ୍ନ ପାଟଶାଣୀ, ଭାଷାବିଜ୍ଞାନୀ ଡ଼ ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ଏକାମ୍ର ବିଧାୟକ ବାବୁ ସିଂ ପ୍ରମୁଖ ଅତିଥି ସମୂହ ଉପସ୍ଥିତ ରହିବା ସହ ଏହିପରି ପୁଜ୍ୟପୂଜା କାର୍ଯ୍ୟକ୍ରମ ଆଜିର ବହୁ ପ୍ରାସଙ୍ଗିକତା ବହନ କରୁଛି ବୋଲି ମତବ୍ୟକ୍ତ କରିଥିଲେ। ଜଣେ ସରଳ, ନିଷ୍ଠାପର, ଦକ୍ଷ, ସାହିତ୍ୟିକ, ରାଜନେତା, ସଂଗ୍ରାମୀ, ତଥା ବହୁ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ବୋଲି ଅତିଥି ସମୂହ ମତବ୍ୟକ୍ତ କରିଥିଲେ। ଆଜିର ଯୁବପୀଢ଼ି ଓ ଆଗାମୀ ପୀଢ଼ିଙ୍କ ମାର୍ଗଦର୍ଶନ ଉକ୍ତ କାର୍ଯ୍ୟକ୍ରମ ହେବ ବୋଲି ଡ଼ଃ ଜ୍ଞାନେନ୍ଦ୍ର ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ, ବିଧାୟକ ବାବୁ ସିଂ ଓ ଗବେଷକ ବାଳ ମୁକୁନ୍ଦ ଦାସଙ୍କୁ ବିଶ୍ୱଭୂଷଣ ହରିଚନ୍ଦନ ସମ୍ମାନ-୨୦୨୬’ ପ୍ରଦାନ କରାଯାଇଥିଲା। ସ୍ନିଗ୍ଧା ଏକାଡେମୀର ଅଧ୍ୟକ୍ଷା ଶ୍ରୀମତୀ ବିଚିତ୍ରା ରଥଙ୍କ ସଂଯୋଜନାରେ ଝିଅମାନେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିବା ସହ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ଶ୍ରୀ ଜଗନ୍ନାଥଙ୍କ ଉପରେ ଆଧାରିତ ସଙ୍ଗୀତ ସିଡ଼ିକୁ ଅତିଥିମାନେ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମକୁ ମୁଖପାତ୍ର ପତ୍ରକାର ଅରବିନ୍ଦ ତ୍ରିପାଠୀ, ସଂଯୋଜକ ବାପୁ ଓଝା, ଚିରଞ୍ଜିବୀ ସେଠୀ, ସାହିତ୍ୟିକା ସରୋଜିନୀ ମିଶ୍ର, ସନ୍ତୋଷ ଲେଙ୍କା, ନାରାୟଣ ଖୁଂଟିଆ, ସାମ୍ବାଦିକା ରୀନା ମହାନ୍ତ ପ୍ରମୁଖ ପରିଚାଳନା କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande