
ଭୁବନେଶ୍ୱର, ୦୩ ଅଗଷ୍ଟ (ହି.ସ)- ବର୍ଷୀୟାନ୍ ପାଲା ଗାୟକ, କେନ୍ଦ୍ର ସଂଗୀତ ନାଟକ ଅକାଦେମୀ ପୁରସ୍କାରପ୍ରାପ୍ତ ସଂସ୍କୃତି ସାଧକ ପଣ୍ଡିତ ଜଗନ୍ନାଥ ବେହେରାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍ତି।
ଏକ ଶୋକବାର୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ବର୍ଷୀୟାନ୍ ପାଲା ଗାୟକ, କେନ୍ଦ୍ର ସଂଗୀତ ନାଟକ ଅକାଦେମୀ ପୁରସ୍କାରପ୍ରାପ୍ତ ସଂସ୍କୃତି ସାଧକ ପଣ୍ଡିତ ଜଗନ୍ନାଥ ବେହେରାଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ଆମର ପାରମ୍ପରିକ ଲୋକକଳା 'ପାଲା' ର ସଂରକ୍ଷଣ, ପ୍ରଚାର ଓ ପ୍ରସାର କ୍ଷେତ୍ରରେ ତାଙ୍କର ଅତୁଳନୀୟ ଯୋଗଦାନ ସଦାସର୍ବଦା ସ୍ମରଣୀୟ ରହିବ। ତାଙ୍କର ନିଷ୍ଠାପର କଳା ସାଧନା ଓ ପାଣ୍ଡିତ୍ୟ ଆମ ସଂସ୍କୃତି ଜଗତକୁ ସମୃଦ୍ଧ କରିଛି। ତାଙ୍କର ବିୟୋଗ ଓଡ଼ିଶାର ସାଂସ୍କୃତିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା ଜଣାଇବା ସହ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଅମର ଆତ୍ମାର ସଦ୍ ଗତି କାମନା କରୁଛି। ଓମ୍ ଶାନ୍ତି
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା