ସିସିଟିଭି କ୍ୟାମେରାରୁ ଚିହ୍ନଟ ପରେ ଦୋକାନରୁ ଚୋରି ଘଟଣାର ପର୍ଦ୍ଦାଫାସ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ସମ୍ବଲପୁର, ୦୩, ଅଗଷ୍ଟ (ହି.ସ.)ସମ୍ବଲପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ବୁର୍ଲା ଥାନା ପୋଲିସ କାଲାମାଟି ରୋଡ଼ ନିକଟରେ ଥିବା ଏକ ତେଜରାତି ଦୋକାନରୁ ହୋଇଥିବା ଚୋରି ଘଟଣାର ପର୍ଦ୍ଦାଫାସ କରି ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତକୁ ଚିହ୍ନଟ କରିବାରେ ଗୋଶାଳା କାଲାପଡା ଅଂଚଳର ୨୦ ବର୍ଷିୟ ରାଜୀବ ଦୀପ ବୋଲି ଜଣାପଡିଛି । ଅଭିଯୋଗ ଅନୁସାରେ ଗତ ଅଗଷ୍ଟ ୧ ତାରିଖ ବିଳମ୍ବିତ ରାତିରେ ପବନ ଅଗ୍ରୱାଲଙ୍କ ତେଜରାତି ଦୋକାନର ଆଜବେଷ୍ଟସ୍ ଛାତ ଭାଙ୍ଗି ଦୁର୍ବୃର ନଗଦ ୧.୫ ଲକ୍ଷ ଟଙ୍କା ସହ ବିଡ଼ି, ସିଗାରେଟ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଥିଲା। ସିସିଟିଭି ଫୁଟେଜ ଓ ସାକ୍ଷ୍ୟ ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଚିପିଲିମା ଅଂଚଳକୁ ଯାଉଥିବା ବେଳେ କାବୁ କରିଥିଲା। ଅଭିଯୁକ୍ତଙ୍କ ନିକଟରୁ ୮୫,୯୯୫ ଟଙ୍କା ନଗଦ, ବିଭିନ୍ନ ବ୍ରାଣ୍ଡର ୬୧ ପ୍ୟାକେଟ ସିଗାରେଟ ଏବଂ ୨ ପ୍ୟାକେଟ ବିଡ଼ି ଜବତ କରାଯାଇଛି। ଅଭିଯୁକ୍ତକୁ ବୁର୍ଲା ଥାନାରେ ରୁଜ୍ଜୁ ୩୩୬/୨୬ ମାମଲାରେ ପୋଲିସ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande