ପୂର୍ବତନ ନଗର କଂଗ୍ରେସ ସଭାପତି ବିଜୟ କୁମାର ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି
Condolence on death of congress leader
Condolence


ଝାରସୁଗୁଡ଼ା, ୦୩ ଅଗଷ୍ଟ (ହି.ସ.)- ଝାରସୁଗୁଡାର ପୂର୍ବତନ ନଗର କଂଗ୍ରେସ ସଭାପତି ତଥା ୧୯ ନମ୍ବର ୱାର୍ଡରୁ ତିନିଥର ପାର୍ଷଦ ଭାବେ ନିର୍ବାଚିତ ସ୍ୱର୍ଗତ ବିଜୟ କୁମାର ବାଜପେୟୀଙ୍କ ସ୍ମୃତିରେ ସୋମବାର ଝାରସୁଗୁଡା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।

ସଭା ପ୍ରାରମ୍ଭରେ ସ୍ୱର୍ଗତ ବାଜପେୟୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ତାଙ୍କ ଅମର ଆତ୍ମାର ସଦ୍ଗତି କାମନାରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।

ଉପସ୍ଥିତ ବକ୍ତାମାନେ ସ୍ୱର୍ଗତ ବିଜୟ କୁମାର ବାଜପେୟୀଙ୍କୁ ଜଣେ ଦକ୍ଷ ସଂଗଠକ, ଜନପ୍ରିୟ ଜନପ୍ରତିନିଧି ଏବଂ କଂଗ୍ରେସର ନିଷ୍ଠାବାନ କର୍ମୀ ଭାବେ ସ୍ମରଣ କରିଥିଲେ। ନଗର କଂଗ୍ରେସ ସଭାପତି ଭାବେ ସେ ସଂଗଠନକୁ ସୁଦୃଢ଼ କରିବା ସହ ୧୯ ନମ୍ବର ୱାର୍ଡର ପାର୍ଷଦ ଭାବେ ଲୋକଙ୍କ ସୁଖ-ଦୁଃଖରେ ସାମିଲ ହୋଇ ନିଷ୍ଠାର ସହ ଜନସେବା କରିଥିବାରୁ ତାଙ୍କ ଅବଦାନ ଚିରସ୍ମରଣୀୟ ବୋଲି ମତ ପ୍ରକାଶ ପାଇଥିଲା।

ବକ୍ତାମାନେ କହିଥିଲେ ଯେ, ସ୍ୱର୍ଗତ ବାଜପେୟୀଙ୍କ ବିୟୋଗ କେବଳ କଂଗ୍ରେସ ପରିବାର ପାଇଁ ନୁହେଁ, ବରଂ ଝାରସୁଗୁଡା ଜିଲ୍ଲା ପାଇଁ ମଧ୍ୟ ଏକ ଅପୂରଣୀୟ କ୍ଷତି। ଶେଷରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ଚିରଶାନ୍ତି କାମନା କରାଯାଇଥିଲା।

ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ସିଆରାମ ଦାସ, ବରିଷ୍ଠ କଂଗ୍ରେସ ନେତା ପ୍ରଶାନ୍ତ ତ୍ରିପାଠୀ, ଅଲେଖ କୁମାର, ନିଖିଳ ଘୋଷ, ସଲିମ ଖାନ, ରାଜେନ୍ଦ୍ର କର, ଶାହରୁଖ ଖାନ, ଆଦର୍ଶ ଗାନ୍ଧୀ, ସଞ୍ଜୟ ମହାପାତ୍ର, ସଞ୍ଜୟ ପଲ, ଅଜୟ କୁମାର ପଣ୍ଡା, ଦେବାନନ୍ଦ ବାରିକ, ସ୍ୱର୍ଗତ ବାଜପେୟୀଙ୍କ ନାତି ସ୍ୱପ୍ନିଲ ବାଜପେୟୀଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande