ଗଞ୍ଜାମ ଜିଲ୍ଲାରେ ସ୍ବଳ୍ପ ବୃଷ୍ଟି , ଚାଷ କାର୍ଯ୍ୟ ବିଳମ୍ବ
ଗଞ୍ଜାମ, ୩ ଅଗଷ୍ଟ (ହି.ସ.)- କଥାରେ ଅଛି ଜଳ ଗହଳେ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାଶ। ଏପରି ଅବସ୍ଥା ବର୍ତ୍ତମାନ ଓଡ଼ିଶାରେ ଦେଖା ଦେଇଛି ।ପ୍ରଵଳ ବର୍ଷାରେ ଓଡ଼ିଶାର ୨୨ଟି ଜିଲ୍ଲା ଭାସୁଥିବା ବେଳେ ଗଞ୍ଜାମ ଜିଲ୍ଲାରେ ସ୍ବଳ୍ପ ବୃଷ୍ଟି ଯୋଗୁଁ ଶ୍ରାବଣ ମାସରେ ମଧ୍ଧ ଜମିକୁ ହଳଯାଇନି ଚାଷ ହୋଇନି ଧା
ଗଞ୍ଜାମ ଜିଲ୍ଲାରେ ସ୍ବଳ୍ପ ବୃଷ୍ଟି , ଚାଷ କାର୍ଯ୍ୟ ବିଳମ୍ବ


ଗଞ୍ଜାମ, ୩ ଅଗଷ୍ଟ (ହି.ସ.)- କଥାରେ ଅଛି ଜଳ ଗହଳେ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାଶ। ଏପରି ଅବସ୍ଥା ବର୍ତ୍ତମାନ ଓଡ଼ିଶାରେ ଦେଖା ଦେଇଛି ।ପ୍ରଵଳ ବର୍ଷାରେ ଓଡ଼ିଶାର ୨୨ଟି ଜିଲ୍ଲା ଭାସୁଥିବା ବେଳେ ଗଞ୍ଜାମ ଜିଲ୍ଲାରେ ସ୍ବଳ୍ପ ବୃଷ୍ଟି ଯୋଗୁଁ ଶ୍ରାବଣ ମାସରେ ମଧ୍ଧ ଜମିକୁ ହଳଯାଇନି ଚାଷ ହୋଇନି ଧାନ ତଳି ବଢିଗଲାଣି। ଜମିରେ ପାଣି ଅଭାବରୁ ଧାନ ରୁଆ ହୋଇ ପାରୁନାହିଁ। ଋଷିକୂଲ୍ୟା -୨ ନମ୍ଵର କେନାଲରେ ପାଣି ଆସୁନାହିଁ। ଗଞ୍ଜାମ ଜିଲ୍ଲାର ଚାଷୀ ଏହି କାରଣରୁ ଚିନ୍ତାଗ୍ରସ୍ତ । ତୁରନ୍ତ କେନାଲ ଦ୍ଵାରା ଚାଷଜମିକୁ ଜଳସେଚନ କରିବାକୁ ଚାଷୀ ମାନଙ୍କ ପକ୍ଷରୁ ଦାବି କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande