
ଜୟପୁର, ୩ ଅଗଷ୍ଟ (ହି.ସ.)- କୋରାପୁଟ ଜିଲା ଜୟପୁର ସଦର ଥାନା ଅନ୍ତର୍ଗତ ଗୌଡଗୁଡାରେ ଅଭିଯୋଗକାରୀଙ୍କ ଘର ସମ୍ମୁଖରେ ଶବ ରଖି ପ୍ରତିବାଦ କଲେ ପରିବାର ଲୋକେ । ଗତ ଜୁନ ମାସରେ ଆକ୍ରମଣ କରିଥିବା ନେଇ ଅଭିଯୋଗକାରୀ ସଦର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେମାନେ ଜେଲ ରେ ଥିଲେ । ଜେଲ ରେ ରହି ବାହାରିବା ପରେ ଅସୁସ୍ଥ ହୋଇ ଚୈତନ୍ୟଙ୍କ ମୃତ୍ୟୁ ହୋଇଥିଲା । ବିନା ଦୋଷରେ ଚୈତନ୍ୟ ନାୟକ ଓ ତାଙ୍କ ପୁଅ ଜେଲ ଯାଇଥିବା ଅଭିଯୋଗ । ଜେଲରେ ରହିବାରୁ ଚୈତନ୍ୟ ଅସୁସ୍ଥ ହୋଇ ମୃତ୍ୟୁବରଣ କଲେ ବୋଲି ପରିବାର ଲୋକେ ଶବ ରଖି ପ୍ରତିବାଦ କରିଛନ୍ତି । ଗୌଡଗୁଡାରେ ଶବ ରଖି ଉତ୍ତେଜନା । ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।
ଜୟପୁର ସଦର ଥାନା ଅନ୍ତର୍ଗତ ଗୌଡଗୁଡା ଗ୍ରାମର ଚନ୍ଦ୍ର ନାୟକ ଲିଖିତ ଅଭିଯୋଗ କରିଥିଲେ । ୩୦.୬.୨୬ ତାରିଖରେ ଭାଇ ଚୈତନ୍ୟ ନାୟକ ଓ ପୁଅ ରାଜେନ୍ଦ୍ର ନାୟକ ନିର୍ଦ୍ଦୋଷରେ ବହୁ କଷ୍ଟରେ ଦିନ କାଟିଲେ । ଏବଂ ଗତ ୨୮ ତାରିଖରେ ଜେଲ ରୁ ଜାମିନରେ ବାହାରିଥିଲେ । ହଠାତ ଚୈତନ୍ୟଙ୍କ ଦେହ ଅସୁସ୍ଥ ହୋଇଥିଲା । ତାଙ୍କୁ ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ସେଠାରେ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ନ ଆସିବାରୁ କୋରାପୁଟ ସ୍ଥିତ ଶହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରିବାକୁ ଡାକ୍ତର ପରାମର୍ଶ ଦେଲେ । କିନ୍ତୁ କୋରାପୁଟ ନେବାକୁ ସମୟ ଲାଗିବ ଭାଗି ଜୟପୁର ସ୍ଥିତ ଘରୋଇ ହଲପିଟାଲରେ ଭର୍ତି କରିଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଚୈତନ୍ୟ ନାୟକଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଏନେଇ ଜୟପୁର ସଦର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି