
ରିୟାନ କୋଚିଂ ସେଂଟରରେ ପ୍ରବେଶ ଉତ୍ସବ
କେନ୍ଦ୍ରାପଡ଼ା, ୦୩ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡ଼ା ସହର ମଧ୍ୟରେ ଗୋପ ଠାରେ ଥିବା ରିୟାନ କ୍ଲାସେଶ କୋଚିଂ ସେଂଟର ପକ୍ଷରୁ +୨ବିଜ୍ଞାନର ପ୍ରଥମ ବର୍ଷ ଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସ୍ଥାନୀୟ ନିର୍ମାଲ୍ୟ ପ୍ୟାଲେସରେ ପ୍ରଦାନ କରାଯାଇଛି। ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ବିଜେପି ନାରୀ ନେତ୍ରୀ ଗୀତାଞ୍ଜଳି ସେଠି ଯୋଗଦେଇ ତୁମେମାନେ ଆମ ଦେଶର ଉତରଦାୟାଦ। ତୁମମାନଙ୍କ ଦ୍ୱାରା ଏକ ସୁନ୍ଦର ପରିବାର ଓ ସୁସ୍ଥ ସମାଜ ଗଠନ ହୋଇପାରିବ। ନାରୀ ହେଲେ ପାଠୋଇ ଦେଶଯିବ ଆଗେଇ ବୋଲି ନିଜ ବକ୍ତବ୍ୟରେ ଛାତ୍ରୀଙ୍କ ଉଦେଶ୍ୟରେ କହିଥିଲେ। ମୁଖ୍ୟବକ୍ତା ପଣ୍ଡିତ ହୃଷିକେଶ ରଥ ଯୋଗଦେଇ ଉତମ ଓ ଗୁଣସମ୍ପୂର୍ଣ୍ଣା ଛାତ୍ରୀ ହୋଇ ସମାଜରେ ଲଭ୍ୟ ପ୍ରତିଷ୍ଠିତ ହେବା ସହ ବାପା ମା, ଗୁରୁ ଓ ଦେଶ ମାତୃକାର ସେବା କରିବାକୁ ଉଦ୍ବୋଧନ ଦେଇଥିଲେ। ସ୍ୱତନ୍ତ୍ର ଅତିଥି ଭାବରେ ଡେରାବିଶ ମଣ୍ଡଳ ଉନ୍ନୟନ ଅଧିକାରିଣୀ ନମିତା ବାରିକ, ସମ୍ମାନିତ ଅତିଥି ଚାରି ନମ୍ବର ୱାର୍ଡ଼ କାଉନସିଲର ଦେବେନ୍ଦ୍ର ରାଉତ, ବିଶିଷ୍ଟ ଅତିଥି ଭାବରେ ତୁଳସୀ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ମଥୁରୀ ଚରଣ ନାୟକ ପ୍ରମୁଖ ଯୋଗ କେନ୍ଦ୍ରାପଡ଼ାର ଏକ ଆଦର୍ଶ କୋଚିଙ୍ଗ ସେଂଟର ଭାବରେ ରେୟାନ୍ସ କୋଚିଂ ସେଂଟର ବେଶ ପରିଚୟ ସୃଷ୍ଟି କରିପାରିଛି। ଏହାର ଶୈକ୍ଷିକ ବାତାବରଣ ଅଧ୍ୟୟନ ପାଇଁ ବେଶ ଉପଯୁକ୍ତ। ଆଜିର ଝିଅ କାଲିର ନାରୀ। ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଯୋଜନା ନାରୀମାନଙ୍କ ପାଇଁ କରିଛନ୍ତି। ଏହାର ସୁଯୋଗ ନେବା ଦରକାର। ଏକ ସଫଳ ପୁରୁଷ ପଛରେ ଜଣେ ନାରୀ ହାତ ଥାଏ। ସେ ମା, ଭଉଣୀ ଅବା ସ୍ତ୍ରୀ ହୋଇଥାଉ ନା କାହିଁକି। ସମସ୍ତଙ୍କୁ ଏକ ସୂତ୍ରରେ ନାରୀ ହିଁ ବାନ୍ଧିପାରେ ବୋଲି ଅତିଥିବୃନ୍ଦ ମତପୋଷଣ କରିଥିଲେ। ରେୟାନ୍ସ କ୍ଲାସେସ କୋଚିଂ ସେଂଟରର ଅଧ୍ୟକ୍ଷ ସତ୍ୟବ୍ରତ ପରିଡ଼ା ଅନୁଷ୍ଠାନ ପକ୍ଷରୁ ସମ୍ପାଦକୀୟ ବିବରଣୀ ପାଠ କରିଥିବାବେଳେ ଶିକ୍ଷାବିତ ଈଶ୍ୱର ଚନ୍ଦ୍ର ପୃଷ୍ଟି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବେଳେ ଉପଦେଷ୍ଟା ଅସିତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି