କେନ୍ଦୁଝରରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
କେନ୍ଦୁଝର, ୦୩ ଅଗଷ୍ଟ(ହି.ସ.) – କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାର ହଲ୍ ଠାରେ ଆଜି ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ବିଭାଗୀୟ ଅଧିକାରୀ ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ ଲୋକ
Grievance


କେନ୍ଦୁଝର, ୦୩ ଅଗଷ୍ଟ(ହି.ସ.) – କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାର ହଲ୍ ଠାରେ ଆଜି ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ବିଭାଗୀୟ ଅଧିକାରୀ ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ ଲୋକଙ୍କ ସମସ୍ୟା ଓ ଅଭିଯୋଗ ଶୁଣିଥିଲେ।

ଆଜିର ଏହି ଶିବିରରେ ମୋଟ ୧୯୬ଟି ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଛି। ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧୀୟ ୧୬୪ ଟି, ସାମୁହିକ ଅଭିଯୋଗ ୩୨ଟି, ରେଡ଼କ୍ରସ ସହାୟତା ପାଇଁ ୦୧ଟି ଆବେଦନ ଗ୍ରହଣ କରାଯାଇଛି। ୬୫ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା।

ଏହି ଅଭିଯୋଗ ଶୁଣାଣୀ ଶିବିରରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ନୀତିନ କୁଶଳକର, ବନଖଣ୍ଡ ଅଧିକାରୀ ଧନରାଜ ଏଚଡ଼ି, ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ(ସାଧାରଣ), ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ କୁମାର ନାଗଭୂଷଣ, ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ସୁକାନ୍ତ ମାଝୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟମାନେ ଉପସ୍ଥିତ ରହି ଜନସାଧାରଣଙ୍କ ସମସ୍ୟା ବୁଝିଥିଲେ।

ସୂଚନାଯୋଗ୍ୟ ଯେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ଅଗଷ୍ଟ ମାସର ପରବର୍ତୀ ଅଭିଯୋଗ ଶୁଣାଣୀଗୁଡ଼ିକ ବିଭିନ୍ନ ପଂଚାୟତ ସମିତି କାର୍ଯ୍ୟାଳୟରେ ନିମ୍ନମତେ ଅନୁଷ୍ଠିତ ହେବ:୧୦ ଅଗଷ୍ଟ ୨୦୨୬(ସୋମବାର): ପଂଚାୟତ ସମିତି କାର୍ଯ୍ୟାଳୟ, ହରିଚନ୍ଦନପୁର ୧୭ ଅଗଷ୍ଟ ୨୦୨୬(ସୋମବାର): ପଂଚାୟତ ସମିତି କାର୍ଯ୍ୟାଳୟ, ଯୋଡ଼ା ୨୪ ଅଗଷ୍ଟ ୨୦୨୬(ସୋମବାର): ପଂଚାୟତ ସମିତି କାର୍ଯ୍ୟାଳୟ, ଆନନ୍ଦପୁର ୩୧ ଅଗଷ୍ଟ ୨୦୨୬(ସୋମବାର): ପଂଚାୟତ ସମିତି କାର୍ଯ୍ୟାଳୟ, ତେଲକୋଇ।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande