ଡୁରାଂଡ କପ୍ ଫୁଟବଲ୍ ଟୁର୍ଣ୍ଣାମେଂଟ: ତୃତୀୟ ମ୍ୟାଚରେ ସମଲେଶ୍ୱରୀ ସ୍ପୋଟିଂ ବିଜୟୀ
ଡୁରାଣ୍ଟ୍ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:  ତୃତୀୟ ମ୍ୟାଚରେ ସମଲେଶ୍ଵରୀ ସ୍ପୋଟିଂ ବିଜୟୀ
ଡୁରାଣ୍ଟ୍ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ:  ତୃତୀୟ ମ୍ୟାଚରେ ସମଲେଶ୍ଵରୀ ସ୍ପୋଟିଂ  ବିଜୟୀ


ସମ୍ବଲପୁର/ କୋଲକାତା ୦୩, ଅଗଷ୍ଟ (ହି.ସ.) ପଶ୍ଚିମ ବଙ୍ଗର କଲିକତାରେ ଚାଲୁଥିବା ବିଶ୍ୱର ତୃତୀୟ ପୁରାତନ ଓ ଏସିଆର ପ୍ରଥମ ପୁରାତନ ଫୁଟବଲ୍ ଟୁର୍ଣ୍ଣାମେଂଟ ଡୁରାଂଟ କପ୍ ଫୁଟବଲ୍ ଟୁର୍ଣ୍ଣାମେଂଟ ରେ ସମ୍ବଲପୁର ର ସମଲେଶ୍ୱରୀ ସ୍ପୋଟିଙ୍ଗ ଅଂଶଗ୍ରହଣ କରିଛି । ଦଳ ତାର ତୃତୀୟ ମ୍ୟାଚରେ ମହମଡିଏନ୍ ସ୍ପୋଟିଂ ଠାରୁ ୨-୩ ଗୋଲରେ ବିଜୟ ଲାଭ କରିଛି । କୋଲକତାର ସଲ୍ଟ ଲେକ୍ ଠାରେ ହୋଇଥିବା ଏହି ମ୍ୟାଚରେ ସମ୍ବଲପୁରର ସମଲେଶ୍ୱରୀ ସ୍ପୋଟିଙ୍ଗ ର ଖେଳାଳୀ ମାନେ ବେଶ୍ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରିଥିଲେ । ଏଠାରେ ଉଲ୍ଲେଖ ରହିଥାଉ ଯେ ବାଗପତ ଫୁଟବଲ୍ କ୍ଲବ୍ ହେଉଛି ଆଇ.ଲିଗ୍ ଥାର୍ଡ ଡିଭିଜନର ଚମ୍ପିଆନ୍ ଦଳ । ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର ସମ୍ବଲପୁର ସହର ଓ ଜିଲ୍ଲାର ସମସ୍ତ ଫୁଟବଲ୍ ଖେଳାଳି ଓ କ୍ରୀଡ଼ା ପ୍ରେମୀଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande