ଅଣ୍ଡାହାଲ ଗ୍ରାମର ସ୍ୱାସ୍ଥ୍ୟକର୍ମୀ ଦୁର୍ଗାପ୍ରସାଦ ସାହୁଙ୍କୁ ମିଳିଛି ରାଷ୍ଟ୍ର ପତିଙ୍କ ନିମନ୍ତ୍ରଣ
ମାଲକାନଗିରି,୩ ଅଗଷ୍ଟ (ହି.ସ.) - ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍ ଅନ୍ତ ର୍ଗ ତ ଅଣ୍ଡାହାଲ ଗ୍ରାମର ସ୍ୱାସ୍ଥ୍ୟକର୍ମୀ ଦୁର୍ଗାପ୍ରସାଦ ସାହୁଙ୍କୁ ମିଳିଛି ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ । ଅଣ୍ଡ୍ରାହାଲ ଭଳି ଦୁର୍ଗମ ଗ୍ରାମାଂଚଳରେ ବଣ୍ଡା ଜନଜାତି ଲୋକଙ୍କୁ ୧୩ ବର୍ଷରୁ ଉର୍ଦ୍ଧ ସମୟ ଧରି ଉନ୍ନତମାନର ସ
ଅଣ୍ଡାହାଲ ଗ୍ରାମର ସ୍ୱାସ୍ଥ୍ୟକର୍ମୀ ଦୁର୍ଗାପ୍ରସାଦ ସାହୁଙ୍କୁ ମିଳିଛି ରାଷ୍ଟ୍ର ପତିଙ୍କ ନିମନ୍ତ୍ରଣ


ମାଲକାନଗିରି,୩ ଅଗଷ୍ଟ (ହି.ସ.) - ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍ ଅନ୍ତ ର୍ଗ ତ ଅଣ୍ଡାହାଲ ଗ୍ରାମର ସ୍ୱାସ୍ଥ୍ୟକର୍ମୀ ଦୁର୍ଗାପ୍ରସାଦ ସାହୁଙ୍କୁ ମିଳିଛି ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ । ଅଣ୍ଡ୍ରାହାଲ ଭଳି ଦୁର୍ଗମ ଗ୍ରାମାଂଚଳରେ ବଣ୍ଡା ଜନଜାତି ଲୋକଙ୍କୁ ୧୩ ବର୍ଷରୁ ଉର୍ଦ୍ଧ ସମୟ ଧରି ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବା ସହ ନିଷ୍ଠାର ସହିତ ନିଜ କର୍ତବ୍ୟ ସମ୍ପାଦନ କରିଥିବାରୁ ଶ୍ରୀ ସାହୁଙ୍କୁ ଏହି ସମ୍ମାନଜନକ ସୁଯୋଗ ପାଇଁ ମନୋନୀତ କରାଯାଇଛି ।

ଆଗାମୀ ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ମହାମହିମ ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ତାଙ୍କୁ ରାଷ୍ଟ୍ରପତି ଭବନ ପରିସରରେ ସାକ୍ଷାତ୍ କରିବାକୁ ନିମନ୍ତ୍ରଣ ଦିଆଯାଇଛି ।

ଜଣେ ସ୍ୱାସ୍ଥ୍ୟକର୍ମୀ ଭାବେ ଦୁର୍ଗମ ଅଂଚଳର ଲୋକଙ୍କ ପାଖରେ ସ୍ୱାସ୍ଥ୍ୟସେବା ପହଂଚାଇବାରେ ତାଙ୍କର ନିଷ୍ଠା ଓ ସେବା ମନୋଭାବ ତାଙ୍କୁ ଏହି ସମ୍ମାନର ଯୋଗ୍ୟ କରିଛି ଓ ତେବେ ତାଙ୍କର ଏହି ଖୁସିର ଖବର ପାଇବା ପରେ ତାଙ୍କ ସହକର୍ମୀ ଏବଂ ଡାକ୍ତର ମାନଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ଓ ଦୁର୍ଗାପ୍ରସାଦ ସାହୁଙ୍କ ଏହି ସଫଳତା କେବଳ ଅଣ୍ଡ୍ରାହଲ ଗ୍ରାମ ପାଇଁ ନୁହେଁ, ସମଗ୍ର ମାଲକାନଗିରି ଜିଲ୍ଲା ପାଇଁ ଗୌରବର ବିଷୟ ପାଲଟିଛି ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande