ଶ୍ରାବଣର ପ୍ରଥମ ସୋମବାରରେ ହରିଶଙ୍କରରେ ଭକ୍ତଙ୍କ ଭିଡ଼
ବଲାଙ୍ଗିର, ୩ ଅଗଷ୍ଟ (ହି.ସ.)- ଶ୍ରାବଣ ମାସର ପ୍ରଥମ ସୋମବାରରେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୈବ ପୀଠ ହରିଶଙ୍କରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି । ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା କାଉଡ଼ିଆମାନେ ପ୍ରଥମେ ପାପନାସିନୀ ଝରଣାରେ ସ୍ନାନ କରି ଜଳ ସଂଗ୍ରହ କରିଥିଲେ । ରାତି ୨ଟାର
ଶ୍ରାବଣର ପ୍ରଥମ ସୋମବାରରେ ହରିଶଙ୍କରରେ ଭକ୍ତଙ୍କ ସୁଅ


ବଲାଙ୍ଗିର, ୩ ଅଗଷ୍ଟ (ହି.ସ.)- ଶ୍ରାବଣ ମାସର ପ୍ରଥମ ସୋମବାରରେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୈବ ପୀଠ ହରିଶଙ୍କରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି । ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା କାଉଡ଼ିଆମାନେ ପ୍ରଥମେ ପାପନାସିନୀ ଝରଣାରେ ସ୍ନାନ କରି ଜଳ ସଂଗ୍ରହ କରିଥିଲେ । ରାତି ୨ଟାରୁ ଜଳାଭିଷେକ ପାଇଁ ଲମ୍ବା ଧାଡ଼ିରେ ଅପେକ୍ଷା କରି, ଭୋର୍ ୪ଟାରେ ମନ୍ଦିର ଖୋଲିବା ପରେ ଧୂପ, ଦୀପ, ଫୁଲ ଓ ବେଲପତ୍ର ଅର୍ପଣ କରି ମହାଦେବ ହରି ଓ ଶଙ୍କରଙ୍କୁ ଜଳାଭିଷେକ କରି ଦର୍ଶନ କରିଥିଲେ । “ବୋଲ ବମ”, “ହର ହର ବମ” ଧ୍ୱନୀରେ ସମଗ୍ର ହରିଶଙ୍କର ପୀଠ ମୁଖରିତ ହୋଇଉଠିଥିଲା । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା ସହ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande