
ଭୁବନେଶ୍ୱର, ୦୩ ଅଗଷ୍ଟ (ହି.ସ)- ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ଜୁଲାଇ-୨୦୨୬ ଶିକ୍ଷା ସତ୍ର ପାଇଁ ନୁତନ ନାମଲେଖା ଏବଂ ପୁନଃ ପଞ୍ଜିକରଣ ପ୍ରକ୍ରିୟା ର ଆରମ୍ଭ ଘୋଷଣା କରାଯାଇଛି । ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଗ୍ରହୀ ବ୍ୟକ୍ତି ବିଶେଷ ଏହି ସୁଯୋଗର ଲାଭ ଉଠାଇ ପାରିବେ । ବିଭିନ୍ନ କାରଣରୁ ଅଧାରୁ ପାଠ ଛାଡିଥିବା କିମ୍ବା ଉଚ୍ଚ ଶିକ୍ଷା ପାଇବାରୁ ବଂଚିତ ହୋଇଥିବା କୌଣସି ବୟସର ବ୍ୟକ୍ତି ବିଶେଷଙ୍କ ପାଇଁ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗରେ ଅଣ୍ଡର ଗ୍ରାଜୁଏଟ (ସ୍ନାତକ), ପୋଷ୍ଟ ଗ୍ରାଜୁଏଟ (ସ୍ନାତକୋତର) ପିଜି ଡିପ୍ଲୋମା, (ସ୍ନାତକୋତର ଡିପ୍ଲୋମା) ଏବଂ ସାର୍ଟିଫିକେଟ ପ୍ରୋଗ୍ରାମରେ ନାମଲେଖା ପ୍ରକ୍ରିୟା ଏବଂ ପୁନଃ ପଞ୍ଜିକରଣ ପ୍ରକ୍ରିୟା ଚଳିତ ଅଗଷ୍ଟ ମାସ ୧୬ ତାରିଖ ପର୍ଯ୍ୟନ୍ତ ଚାଲୁରହିବ । ଅଣ୍ଡର ଗ୍ରାଜୁଏଟ (ସ୍ନାତକ) ପ୍ରୋଗ୍ରାମ, ଯଥା- କଳା (ସାଧାରଣ), ବିଜ୍ଞାନ (ସାଧାରଣ), ବାଣିଜ୍ୟ (ସାଧାରଣ) ବିଭାଗରେ ନାମ ପଞ୍ଜିକରଣ କରିବାକୁ ଚାହୁଁଥିବା ଅନୁସୂଚିତ ଜାତି ଓ ଜନଜାତି ଆବେଦକଙ୍କ ପାଇଁ ନାମଲେଖା ଦେୟ ଏବଂ ପୁନଃ ପଞ୍ଜିକରଣ ଦେୟ ୫୦% ଛାଡ଼ କରାଯାଇଛି । ତେବେ ଯେଉଁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ଅନ୍ୟ କୌଣସି ସୂତ୍ରରୁ ରିହାତିର ସୁବିଧା ପାଉଥିବେ, ସେମାନେ ଇଗ୍ନୋ ପକ୍ଷରୁ ଦିଆଯାଉଥିବା ଏହି ରିହାତି ପାଇବାକୁ ଯୋଗ୍ୟ ହେବେ ନାହିଁ । ଇଛୁକ ଛାତ୍ରଛାତ୍ରୀ ନୁତନ ପଂଜିକରଣ ପ୍ରକ୍ରିୟା ପାଇଁ ଲିଙ୍କ ଏଚଟିଟିପିଏସ୍://ଇଗ୍ନୋଆଡମିଶନ.ସମର୍ଥ.ଏଡୁ.ଇନ୍ ଓ ପୁନଃ ପଂଜିକରଣ ପ୍ରକ୍ରିୟା ପାଇଁ ଲିଙ୍କ ଏଚଟିଟିପିଏସ୍ ://ଅନଲାଇନର.ଇଗ୍ନୋ.ଏସି.ଇନ୍ ଅନୁସରଣ କରିପାରିବେ କିମ୍ବା ଆଂଚଳିକ କେନ୍ଦ୍ର ଭୁବନେଶ୍ୱରକୁ ଇ-ମେଲ ଆରସିଭୁବନେଶ୍ୱରଅଇଗ୍ନୋ.ଏସି.ଇନ୍ ମାଧ୍ୟମରେ ଯୋଗାଯୋଗ କରିପାରିବେ । ସମସ୍ତ ପ୍ରକାର ଯୋଗାଯୋଗ ପାଇଁ ୦୬୭୪-୨୯୭୧୦୭୧ କିମ୍ବା ୦୬୭୪-୨୩୦୧୩୪୮ ଦୂରଭାଷ ନମ୍ବରରେ ଯୋଗାଯୋଗ କରିବା ପାଇଁ ଇଗ୍ନୋ ତରଫରୁ ବରିଷ୍ଠ ଆଂଚଳିକ ନିର୍ଦ୍ଦେଶକ ଡ଼. ମନୋଜ୍ କୁମାର ଦାଶ୍ ସୂଚନା ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା