ଯାଦୁ ସଚେତନତା ଓ ସ୍ଵାସ୍ଥ୍ୟ ଶିବିର
ଗଞ୍ଜାମ, ୩ ଅଗଷ୍ଟ (ହି.ସ.)- ବ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଯାଦୁ ରୋଗ ସଚେତନତା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଆରୋଗ୍ୟ ଭାରତୀ ଅଧ୍ୟକ୍ଷ ଡା. ନକୁଳ ସାହୁ କହିଲେ ଦୂଷିତ ଜଳରେ ସ୍ନାନ, ଦେହ ଓଦା ରଖିବା ବା ଓଦାଲୁଗା ପରିଧାନ ଦ୍ଵାରା, ଝାଳ, ପ୍ରତିରୋ
Qwrrtyu


ଗଞ୍ଜାମ, ୩ ଅଗଷ୍ଟ (ହି.ସ.)- ବ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଯାଦୁ ରୋଗ ସଚେତନତା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଆରୋଗ୍ୟ ଭାରତୀ ଅଧ୍ୟକ୍ଷ ଡା. ନକୁଳ ସାହୁ କହିଲେ ଦୂଷିତ ଜଳରେ ସ୍ନାନ, ଦେହ ଓଦା ରଖିବା ବା ଓଦାଲୁଗା ପରିଧାନ ଦ୍ଵାରା, ଝାଳ, ପ୍ରତିରୋଧକ ଶକ୍ତି ଅଭାବ, ମିଠା ଅଧିକ ଖାଇବା ଯୋଗୁଁ ଜଳରେ ଥିବା ଟିନିଆ ଓ ଅନ୍ୟାନ୍ୟ କୃମି ସଂକ୍ରମଣ ହୋଇ ଏହି ଚର୍ମରୋଗ ହୁଏ। ଅଧିକ କୁଣ୍ଡାଇ ହୋଇ, ଲାଲ ଲାଲ ବା ଚକା ଚିହ୍ନ ହୁଏ ସ୍ନାନ ବା ଓଦା ହେବା ପରେ ଶୁଖିଲା ଲୁଗାରେ ଦେହକୁ ପୋଛିବେ, ଦେହକୁ ସଫା ରଖିବେ, ନିମ୍ବ, ହଳଦି ଖାଇବେ, ଲଗାଇବେ। ମିଠା, ବାହାର ଖାଦ୍ୟ ଖାଇବେ ନାହିଁ l ଚାକୁଣ୍ଡା ମଞ୍ଜି, ଟାଙ୍ଗଣାଖଇ, ଜୁଆଣି ଲେମ୍ବୁ ରସରେ ବାଟି ଲଗାଇଲେ ଯାଦୁ, କାଛୁ ଆଦି ଭଲ ହୋଇଯିବ l ଝାଡ଼ା ସଫା ପାଇଁ ପାଣି ଅଧିକ ପିଇବେ l

ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ, ଅମ୍ଳପିତ୍ତ ଓ ସ୍ତ୍ରୀ ରୋଗ ଆଦି ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରିଥିଲେ l ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ ରାଓ ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande