ରାଷ୍ଟ୍ରପତିଙ୍କ ଠାରୁ ମିଳିଲା ନିମନ୍ତ୍ରଣ, ଅଗଷ୍ଟ ପନ୍ଦରରେ ଯୋଗ ଦେବେ ଜୁଆଙ୍ଗ ଯୁବକ
କେନ୍ଦୁଝର, ୦୩ ଅଗଷ୍ଟ(ହି.ସ.) – ଦିଲ୍ଲୀରୁ ଆସିଲା ନିମନ୍ତ୍ରଣ ତାହା ପୁଣି ଆଦିବାସୀ ଅଧ୍ୟୁଷିତ ବାଂଶପାଳ ବ୍ଲକ ଗୋନାସିକା ଗ୍ରାମର ଯୁବକ ମାୟାଧର ଜୁଆଙ୍ଗ ପାଖକୁ। ସେ ପୁଣି ଏମିତି ସେମିତି ନିମନ୍ତ୍ରଣ ନୁହେଁ ତାହା ଆସିଛି ରାଷ୍ଟ୍ରପତିଙ୍କ ଭବନରୁ। ଆଗାମୀ ଅଗଷ୍ଟ ପନ୍ଦରରେ ରାଷ୍ଟ୍ରପତି ଭବନରେ ହେବାକୁ
Rastrapati


କେନ୍ଦୁଝର, ୦୩ ଅଗଷ୍ଟ(ହି.ସ.) – ଦିଲ୍ଲୀରୁ ଆସିଲା ନିମନ୍ତ୍ରଣ ତାହା ପୁଣି ଆଦିବାସୀ ଅଧ୍ୟୁଷିତ ବାଂଶପାଳ ବ୍ଲକ ଗୋନାସିକା ଗ୍ରାମର ଯୁବକ ମାୟାଧର ଜୁଆଙ୍ଗ ପାଖକୁ। ସେ ପୁଣି ଏମିତି ସେମିତି ନିମନ୍ତ୍ରଣ ନୁହେଁ ତାହା ଆସିଛି ରାଷ୍ଟ୍ରପତିଙ୍କ ଭବନରୁ। ଆଗାମୀ ଅଗଷ୍ଟ ପନ୍ଦରରେ ରାଷ୍ଟ୍ରପତି ଭବନରେ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ। ଯାହାକୁ ନେଇ ମାୟାଧର ଜୁଆଙ୍ଗ ବହୁତ ଖୁସି। ମାୟାଧରଙ୍କ କହିବା କଥା ୨୦୨୩ ମସିହାରେ ଗୋନାସିକା ଆସିଥିବା ସମୟରେ ଭେଟିଥିଲେ ମାୟାଧର। ଯିଏକି ଦଶମରୁ ପାଠଛାଡ଼ି ଜୁଆଙ୍ଗ ଅଂଚଳର ଉନ୍ନତି ପାଇଁ ଜୁଆଙ୍ଗ ଉନ୍ନୟନ ବିଭାଗ ଅଧିନରେ କାର୍ଯ୍ୟ କରୁଥିଲେ। ତାର ମୂଳଲକ୍ଷ୍ୟ ଥିଲା ଜୁଆଙ୍ଗମାନେ ସବୁ କ୍ଷେତ୍ରରେ କିପରି ମୁଖ୍ୟ ସ୍ରୋତରେ ସାମିଲ ହେବେ। ମାୟଧରଙ୍କ ଏହି ପ୍ରଚେଷ୍ଟା ମହାମହିମଙ୍କୁ ଆକୃଷ୍ଟ କରିଥିଲା। ଯାହା ଫଳରେ ତିନିବର୍ଷ ପରେ ମଧ୍ୟ ସେ ଭୁଲି ନାହାନ୍ତି ଗୋନାସିକା ଓ ଗୋନାସିକା ଅଂଚଳର ଜୁଆଙ୍ଗ ଯୁବକ ମାୟାଧରଙ୍କୁ। ସେ ତାଙ୍କୁ ମନେ ପକାଇ ଥିବାରୁ ମାୟାଧରଙ୍କ ସହ ଗ୍ରାମବାସୀ ବେଶ ଖୁସି ଥିବାବେଳେ ତାଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି ଜିଲ୍ଲା ପ୍ରଶାସନ।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande