ଶ୍ରାବଣର ପ୍ରଥମ ସୋମବାରରେ କାଉଡ଼ିଆଙ୍କ ସେବାରେ ସାମିଲ ହେଲେ ବିଧାୟକ ଟଙ୍କଧର ତ୍ରିପାଠୀ
MLA Tripathi give seva to divotee
MLA tripathy


ଝାରସୁଗୁଡ଼ା, ୩ ଅଗଷ୍ଟ (ହି.ସ.)- ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଶିବମନ୍ଦିରରେ ଭକ୍ତ ଓ କାଉଡ଼ିଆଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଝାରସୁଗୁଡ଼ା ସହରସ୍ଥିତ ବାବା ଝାଡ଼େଶ୍ୱର ମନ୍ଦିରରେ ମଧ୍ୟ ହଜାର ହଜାର ଶିବଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା।

ଏହି ଅବସରରେ ‘ଟିମ୍ ଟଙ୍କଧର ତ୍ରିପାଠୀ’ ପକ୍ଷରୁ ମନ୍ଦିର ପରିସରରେ କାଉଡ଼ିଆ ଓ ଭକ୍ତମାନଙ୍କ ପାଇଁ ଏକ ନିଶୁଳ୍କ ସେବା ଶିବିର ଆୟୋଜନ କରାଯାଇଥିଲା। ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ସକାଳୁ ବାବା ଝାଡ଼େଶ୍ୱରଙ୍କ ଦର୍ଶନ କରିବା ସହ ଶିବିରରେ ଉପସ୍ଥିତ ରହି କାଉଡ଼ିଆ ଓ ଭକ୍ତମାନଙ୍କୁ ସେବା ପ୍ରଦାନ କରିଥିଲେ। ଶିବିରରେ ଭକ୍ତମାନଙ୍କ ପାଇଁ ପ୍ରସାଦ ଓ ଭୋଜନର ବ୍ୟବସ୍ଥା ସହ ପାନୀୟ ଜଳ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସେବା ଯୋଗାଇ ଦିଆଯାଇଥିଲା। ବିଧାୟକ ତ୍ରିପାଠୀ ନିଜେ ଭକ୍ତମାନଙ୍କୁ ସେବା ଯୋଗାଇ ଏହି ସେବା କାର୍ଯ୍ୟରେ ସାମିଲ ହୋଇଥିଲେ। ଏହି ଅବସରରେ ସେ କହିଥିଲେ ଯେ, ଭକ୍ତି ଓ ସେବାର ଏଭଳି ପରମ୍ପରା ସମାଜରେ ମାନବିକତା, ଭାଇଚାରା ଓ ସେବାଭାବକୁ ଆହୁରି ସୁଦୃଢ଼ କରିବ।

ଏହି କାର୍ଯ୍ୟକ୍ରମରେ ରାଜେନ୍ଦ୍ର ସାହୁ, ଦେବେନ୍ଦ୍ର ମହାପାତ୍ର, ମହେଶ ପଣ୍ଡିତ, ସୁବ୍ରତ ସରାଫ, ରବି କୁମାର, ଅଙ୍କିତ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟକ କର୍ମୀ ଓ ଶିବଭକ୍ତ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande