
କେନ୍ଦ୍ରାପଡ଼ା, ୦୩ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା କ୍ଷତ୍ରିୟ ଖଣ୍ଡାୟତ ମହାସଂଘକୁ ଜିଲ୍ଲାରେ କ୍ରିୟାଶୀଳ କରିବା ପାଇଁ ଗରଦପୁର ବ୍ଲକ ସଭାପତି ଭାବେ ଶ୍ରୀ ନରୋତମ ପରିଡ଼ା ଓ ପଟାମୁଣ୍ଡାଇ ବ୍ଲକ ସଭାପତି ଭାବେ ଶ୍ରୀ ନିରଜଂନ ସୁନ୍ଦରରାୟଙ୍କୁ ଜିଲ୍ଲା ସଭାପତି ଶରତ କୁମାର ବେହୁରା ମନୋନୀତ କରିଅଛନ୍ତି। ଗରଦପୁର ବ୍ଲକ ଓ ପଟାମୁଣ୍ଡାଇ ବ୍ଲକରେ ସଂଗଠନ କିପରି ମଜବୁତ ହେବ ସେଥିପାଇଁ ଉଭୟ ସଭାପତି ସାଂଗଠନିକ କାର୍ଯ୍ୟକୁ ଆଗେଇ ନେବେ ସେଥିପାଇଁ ଜିଲ୍ଲା ସଭାପତି ଶ୍ରୀ ବେଉରା ଗଭୀର ଆଶାବ୍ୟକ୍ତ କରିଛନ୍ତି। ନବନିଯୁକ୍ତ ସଭାପତି ଦ୍ୱୟଙ୍କୁ ସଂଗଠନ ପକ୍ଷରୁ ସାଧାରଣ ସଂପାଦକ ସୁମନ୍ତ କୁମାର ରାଉତ, କାର୍ଯ୍ୟକାରୀ ସଭାପତି ଗୋଲଖଚନ୍ଦ୍ର ପଢ଼ିଆରୀ, ଚନ୍ଦନ ପରିଡ଼ା, ସୁଶିଲ ସାମଲ, ସଂଗ୍ରାମ ଜେନା, ତରୁଣ ପ୍ରଧାନ, ସୁକାନ୍ତ ରାଉତ, ପୀତବାସ ବେହେରା, ଭାଗିରଥି ଜେନା, ଧନେଶ୍ୱର ରାଉତ, ରାଜ୍ୟ ଆବାହକ ସୁଧାଂଶୁ ବେହୁରା, ରଂଜନ କୁମାର ନାୟକ, ରାଜେନ୍ଦ୍ର ରାଉତରାୟ, ଡକ୍ଟର ଚୈତନ୍ୟ ଚରଣ ପରିଡ଼ା, ରାଜକିଶୋର ମହାନ୍ତି ଓ ଗୋଲଖ ଚନ୍ଦ୍ର ପରିଡ଼ା, ଅଶୋକ ନାୟକ, ଚିତରଂଜନ ବଳ, କଳ୍ପନା ଲେଙ୍କା, କାମିନୀ ଜେନା, ମଂଜୁଲତା ସାମଲ, ବୀଣାପାଣି ରାଉତ, ତମସା ପାତ୍ର ପ୍ରମୁଖ ଶୁଭେଚ୍ଛା ଜଣାଇ ଅଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ରବି