
ଭୁବନେଶ୍ୱର, ୩ ଅଗଷ୍ଟ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ସର୍ବାଧିକ ୪୯.୬ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରରେ ୪୦.୦ ମି.ମି., ଖୋର୍ଦ୍ଧା ଜିଲ୍ଲାର ବେଗୁନିଆରେ ୩୫.୦ ମି.ମି., ପୁରୀ ଜିଲ୍ଲାର ପିପିଲିରେ ୩୩.୦ ମି.ମି., ନୟାଗଡ଼ ଜିଲ୍ଲାର ରଣପୁରରେ ୩୨.୨ ମି.ମି., ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦାରେ ୩୨.୦ ମି.ମି., ନୟାଗଡ଼ ଜିଲ୍ଲାର ନୟାଗଡ଼ରେ ୨୯.୨ ମି.ମି., କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇରେ ୨୬.୦ ମି.ମି., ଯାଜପୁର ଜିଲ୍ଲାର ବରୀରେ ୨୫.୧ ମି.ମି., ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁରରେ ୨୫.୦ ମି.ମି., ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣାରେ ୨୪.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ବାଲିମୁଣ୍ଡଳିରେ ୨୧.୪ ମି.ମି. ଏବଂ ଭଦ୍ରକ ଜିଲ୍ଲାର ଆଖୁଆପଦାରେ ୧୯.୨ ମି.ମି. ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୋମବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ