
ରାଉରକେଲା, ୩ ଅଗଷ୍ଟ (ହି.ସ.)- ରାଉରକେଲା ସହରରେ ହାଇ ପ୍ରୋଫାଇଲ ସେକ୍ସ ରାକେଟ ଠାବ ହୋଇଛି । ଘଟଣାରେ ରାଣୀ ମହୁମାଛି ସହିତ ଦୁଇ ଯୁବତୀଙ୍କୁ ଉଦ୍ଧାର କରିଛି ପୋଲିସ । ଏଥିସହ ୩ ଜଣ ଗ୍ରାହକଙ୍କୁ ଧରିଛି ରଘୁନାଥପାଲ୍ଲୀ ଥାନା ପୁଲିସ । ରାଉରକେଲା ସହରର ସିଭିଲ ଟାଉନସିପ୍ ଅଂଚଳରେ ଏକ ବାସଭବନରେ ଚାଲିଥିଲା ଏହି ସେକ୍ସ ରାକେଟ । ଖବର ପାଇ ଗତକାଲି ବିଳମ୍ବିତ ରାତିରେ ପୁଲିସ ସେଠାରେ ଚଢ଼ଉ କରିଥିଲା ।
ଚଢଉ ବେଳେ ବିଭିନ୍ନ ଆପତିଜନକ ସାମଗ୍ରୀ ଜବତ ହୋଇଛି । ଉଦ୍ଧାର ହୋଇଥିବା ଦେହଜୀବୀଙ୍କୁ ସଖୀ ସେଂଟରରେ ରଖି ପୁଲିସ ତନାଘନା ଆରମ୍ଭ କରିଛି । ଘଟଣାରେ ୩ ଗ୍ରାହକଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଛି । ତେବେ ଏହି ସେକ୍ସ ରାକେଟ୍ ଏଠାରେ କେବେଠୁ ଚାଲିଥିଲା, କିପରି ଭାବେ ଚାଲୁଥିଲା ଏବଂ କେଉଁମାନେ ଏଥିରେ ଲିପ୍ତ ଥିଲେ । ସେନେଇ ଛାନଭିନ୍ କରୁଛି ପୋଲିସ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ