ଗଣପତି କ୍ଲବ୍ ତରଫରୁ ବୃକ୍ଷରୋପଣ ଓ ଷ୍ଟ୍ରିଟ୍ ଲାଇଟ୍ କାର୍ଯ୍ୟର ଶୁଭାରମ୍ଭ
Plantation by Ganapati club
Plantation by


ଝାରସୁଗୁଡ଼ା, ୩ ଅଗଷ୍ଟ (ହି.ସ.)- ଝାରସୁଗୁଡ଼ା ପୌରପରିଷଦ ଅନ୍ତର୍ଗତ ୧ ନଂ ୱାର୍ଡ଼ ସରବାହାଲ ସ୍ଥିତ ରୋହିଦାସ ପଡ଼ାରେ 'ଗଣପତି କ୍ଲବ୍' ତରଫରୁ ଏକ ମହତ ବୃକ୍ଷରୋପଣ କାର୍ଯ୍ୟକ୍ରମ ସୋମବାର ଦିନ ଉତ୍ସାହର ସହ ଆୟୋଜିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ପୌରପରିଷଦର ଅଧ୍ୟକ୍ଷା ଶ୍ରୀମତୀ ରାନୀ ହାତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ କରିବା ସହ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଥିଲେ। ଏହା ସହିତ ୧ ନଂ ୱାର୍ଡ଼ କାଉନସିଲର ଗୀତାଞ୍ଜଳି ପଣ୍ଡା, ପିଣ୍ଟୁ ପାଢ଼ୀ, ମଦନ ହାତୀ, ଶିବାଶିଷ ପଟ୍ଟନାୟକ ଏବଂ ଗଣପତି କ୍ଲବର ସଦସ୍ୟ ଲୁକୁ, ଅଶୋକ, ସୌଦାଗର, ସେବକରା, କାଳିଆ, ନିର୍ମଳ, ବୁଲୁ ଓ ରବି ରୋହିଦାସଙ୍କ ସମେତ ସ୍ଥାନୀୟ ଗ୍ରାମବାସୀ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।

ଏହି ଅବସରରେ ସ୍ଥାନୀୟ ଲୋକଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ସରବାହାଲ କାଣ୍ଟାଠାରେ ଦୀର୍ଘ ଦିନରୁ ଦାବି ହୋଇଆସୁଥିବା ଷ୍ଟ୍ରିଟ୍ ଲାଇଟ୍ (ଆଲୋକୀକରଣ) କାର୍ଯ୍ୟକୁ ପୌରପରିଷଦ ଓ ଅଧ୍ୟକ୍ଷାଙ୍କ ଅନୁମୋଦନ କ୍ରମେ ଆସନ୍ତାକାଲି ଠାରୁ ଆରମ୍ଭ କରାଯିବ। ଦୀର୍ଘ ଦିନର ଏହି ସମସ୍ୟାର ସମାଧାନ ହେଉଥିବାରୁ ଅଞ୍ଚଳବାସୀ ପୌରପରିଷଦ ଓ ଅଧ୍ୟକ୍ଷା ରାନୀ ହାତୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande