

ବଲାଙ୍ଗିର, ୩ ଅଗଷ୍ଟ (ହି.ସ.)- ବିଷ୍ଣୁମୁଣ୍ଡା ପାଖରେ ଅବସ୍ଥିତ ଏକାଡେମିକ ହାଇଟ୍ସ ପବ୍ଲିକ ସ୍କୁଲଠାରେ ରୋଟାରି ଏଲିଟ ତରଫରୁ ଗ୍ରୀନ ଡ୍ରିମ- ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି | ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗଦେଇ ସ୍କୁଲର ଅଧ୍ୟକ୍ଷ ବିଶ୍ୱରଞ୍ଜନ ରାୟ, ସ୍କୁଲର ନିର୍ଦ୍ଦେଶକ ଅଜିତ୍ ଶତପଥୀ ଓ ଅର୍ଚ୍ଚନା ଶତପଥୀ ରୋଟାରି ଏଲିଟର ସଭ୍ୟମାନଙ୍କୁ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ପାଇଁ ପ୍ରୋତ୍ସାହିତ କରିଥିଲେ | ଏହିଦିନ ପ୍ରାୟ ୧୦୦ ଟି ବିଭିନ୍ନ କିସମର ବୃକ୍ଷରୋପଣ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଶିକ୍ଷକ, ଛାତ୍ର ଛାତ୍ରୀ ମଧ୍ୟ ଯୋଗଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ | ଏଲିଟ ସଭାପତି ସୁରେଶ ଯାଦବ, ସମ୍ପାଦକ ଭୂମିକା ଭମର ଓ ଏଲିଟର ସମସ୍ତ ସଭ୍ୟ ସଭ୍ୟା ଗ୍ରୀନ ଡ୍ରିମ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ | ଆସନ୍ତା ଅଗଷ୍ଟ ୧୫ ଦିନ ବିଭିନ୍ନ କିସମର ଚାରା ରୋଟାରି ଏଲିଟ ତରଫରୁ ବଣ୍ଟନ କରାହେବ ବୋଲି ସଭାପତି କହିଥିଲେ |
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ